Pratidin TV

Odisha's Digital News Platform

୩୦ଟି ଦେଶକୁ ବ୍ୟାପିଲାଣି ମଙ୍କିପକ୍ସ: ଆଉ ଏକ ମହାମାରୀ ଆଶଙ୍କାରେ ବିଶେଷଜ୍ଞ

1 min read

ନୂଆଦିଲ୍ଲୀ: ବିଶ୍ବରେ ପୁଣି ଚିନ୍ତା ବଢ଼ାଇଲା ମଙ୍କିପକ୍ସ । ପ୍ରାୟ ୩୦ଟି ଦେଶରେ ଭାଇରସ କାୟା ମେଲାଇଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ହୋଇଛି ୭୮୦ । ସେପଟେ ମଙ୍କିପକ୍ସ ପ୍ରତି ସାବଧାନ ରହିବା ଲାଗି ପରାମର୍ଶ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ । ଦିନକୁ ଦିନ ଅଧିକରୁ ଅଧିକ ଦେଶରେ ମଙ୍କିପକ୍ସ ଭୂତାଣୁ ସଂକ୍ରମଣ ପରିବ୍ୟାପ୍ତ ହେଉଥିବାରୁ ବିଦେଶ ଫେରନ୍ତାଙ୍କ ଉପରେ ଦୃଷ୍ଟି ଦେବାକୁ ସଂଗଠନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ମଙ୍କି ପକ୍ସକୁ ନେଇ ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରିବା ସହିତ ଏହା ଆଉ ଏକ ମହାମାରୀର ରୂପ ନେବାକୁ ଯାଉଛି ବୋଲି ଅନୁମାନ କରିଛନ୍ତି । କୋଭିଡ୍ ପରି ଏହା ମଧ୍ୟ ସଙ୍କଟ ଜନକ ପରସ୍ଥିତି ସୃଷ୍ଟି କରିପାରେ ।

Advertisement

ତେବେ ମଙ୍କିପକ୍ସ ଏକ ଯୌନଗତ ସଂକ୍ରମିତ ରୋଗ ନୁହେଁ ବୋଲି ସୂଚନା ଦିଆଯାଇଛି । ଏହି ଭାଇରସ ଚର୍ମରୁ ଚର୍ମ ଓ ଅନ୍ୟାନ୍ୟ ମାଧ୍ୟମ ଜରିଆରେ ସଂକ୍ରମିତ ହୋଇଥାଏ ବୋଲି କୁହାଯାଇଛି । ଏହା ସହ ଶରୀରର ବିଭିନ୍ନ ପଦାର୍ଥ, ସଂକ୍ରମିତ ଶଯ୍ୟା, ଲୁଗାପଟା ଜରିଆରେ ସଂକ୍ରମିତ ହୋଇଥାଏ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *