Pratidin TV

Odisha's Digital News Platform

୬ ବର୍ଷର ନାବାଳିକାକୁ କୁକର୍ମକାରୀଙ୍କ ହାବୁଡରୁ ବଞ୍ଚଇଲା ମାଙ୍କଡ , ପରିବାର କହିଲେ ‘ସେ ରକ୍ଷକ ତ ଡର କାହାକୁ’ ….

1 min read

କିଛି ମାଙ୍କଡ ଗୋଷ୍ଠୀ ମିଶି ଏକ ୬ ବର୍ଷର ନାବାଳିକାକୁ କୁକର୍ମକାରୀ ହାବୁଡରୁ ରକ୍ଷା କରିଛିା ଯାହା ବର୍ତ୍ତମାନ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକି ନା ଯେଉଁଠି ମଣିଷ ମାନବିକତା ଭୁଲି ରାକ୍ଷସ ସାଜିଛି ସେଠି ଏହି ପଶୁମାନେ ହିଁ ଏକ ଛୋଟିଆ ଝିଅର ଇଜ୍ଜତ ବଞ୍ଚାଇ ମଣିଷଜାତିର ମୁଣ୍ଡ ନୁଆଁଇଦେଇଛି ।

ଏପରି ଆଶ୍ଚର୍ଯ୍ୟକର ଘଟଣା ଉତ୍ତରପ୍ରଦେଶ ବାଗପତଥାନା ସିଂହବାଲି ଅହୀର ଡୋଲା ଗ୍ରାମରୁ ଆସିଛି । ଏନେଇ ନାବାଳିକାଙ୍କ ପରିବାର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କ ୬ ବର୍ଷର ଝିଅ ସ୍କୁଲରୁ ଫେରିବା ସମୟରେ ଏକ ଯୁବକ ତାକୁ ଅଟକାଇ ଚକୋଲେଟ୍ ପ୍ରଲୋଭନ ଦେଖାଇ ସାଙ୍ଗରେ ଏକ ସୁନସାନ୍ ଜାଗାକୁ ନେଇ ଚାଲିଯାଇଥିଲା ଆଉ ଏ ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି ।

Advertisement

ଯୁବକ ଜଣଙ୍କ ନାବାଳିକା ଝିଅକୁ ନେଇ ଏକ ବନ୍ଦ ଘରକୁ ଯାଇଥିଲା । ଆଉ ପ୍ରଥମେ ନିଜ ଡ୍ରେସ ଖୋଲିଥିଲା । ନାବସଳିକା ସହ ଜବରଦସ୍ତି କରିବା ସମୟରେ ହିଁ ସେଠାରେ ମାଙ୍କଡଦଳ ହଠାତ୍ ପହଞ୍ଚି ଯୁବକ ଉପରେ ଆକ୍ରମଣ କରିଥିଲେ । ଫଳରେ ଅଭିଯୁକ୍ତ ଯୁବକ ଜଣଙ୍କ ଘଟଣା ସ୍ଥଳରୁ ନିଜ ଜୀବନ ବଞ୍ଚାଇ ଦୈାଡିଥିଲା ।

ତେବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ସିସିଟିଭି ଫୁଟେଜ୍‌କୁ ନଜରରେ ରଖି ପୋଷ୍କ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରିଛି। ଏହା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି । ଅନ୍ୟଫଟେ ଭାବବିହ୍ୱଳ ପରିବାର – ଏସବୁ ବଜରଙ୍ଗ ବାଲିଙ୍କ କମାଲ କହିଲେ ପରିବାର ଲୋକେ । ଯଦି ପ୍ରଭୁ ବଜରଙ୍ଗ ବାଲି ଠିକ୍ ସମୟରେ ନପଞ୍ଚି ଝିଅକୁ ସେ ରାକ୍ଷସ କବଳରୁ ନଞ୍ଚାଇଥାନ୍ତେ ତେବେ ହୁଏତ ଆଜି ସେଇ କୁନି ଜୀବନ ଏଠି ନଥାନ୍ତା ।

Leave a Reply

Your email address will not be published. Required fields are marked *