Pratidin TV

Odisha's Digital News Platform

ଶୀଘ୍ର ଆସୁଛି ମୌସୁମୀ , ୧୯ରେ ଛୁଇଁବ ଆଣ୍ଡାମାନ ..

1 min read

ଏଥର ଶୀଘ୍ର ଆସିବ ମୌସୁମୀ । ଏନେଇ ଆକଲନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ । ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେବ । ଗତବର୍ଷ ଓଡିଶାକୁ ବିଳମ୍ବରେ ଜୁନ୍ ୨୨ରେ ମୌସମୀ ବାୟୁ ପହଞ୍ଚିଥିଲା । ତେବେ ଏଥର ମୌସୁମୀ ସ୍ୱାଭାବିକ ସମୟରେ ଭାରତ ଭୂଖଣ୍ଡ ସମେତ ଓଡ଼ିଶାକୁ ଛୁଇଁବା ନେଇ ପାଣିପାଗର ବିଭିନ୍ନ ମଡେଲ୍ ଆକଳନ କରିଛନ୍ତି ।

ଗତବର୍ଷ ଏହି ସମୟରେ ଉପରୋକ୍ତ ଅଞ୍ଚଳକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅଗ୍ରସର ହୋଇଥିଲା । ତେବେ ୭ ଦିନ ବିଳମ୍ବରେ ଅର୍ଥାତ୍ ଜୁନ ୮ରେ ଭାରତର ମୁଖ୍ୟ ଭୂଖଣ୍ଡର କେରଳ ଉପକୂଳକୁ ପ୍ରବେଶ କରିଥିଲା । ମୌସୁମୀ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ପରେ ଯଦି ବାତ୍ୟା କିମ୍ବା ଅବପାତ ପାଣିପାଗ ପ୍ରକ୍ରିୟା ସୃଷ୍ଟି ନହୁଏ ତେବେ କେରଳ ତଥା ଓଡ଼ିଶାକୁ ସମୟ ପୂର୍ବରୁ ମୌସୁମୀ ଅଗ୍ରସର ହେବାର ସମ୍ଭାବନା ଥାଏ । ଚଳିତ ବର୍ଷ ବାତ୍ୟା ଥିବାକୁ ଓଡ଼ିଶାକୁ ଶୀଘ୍ର ମୌସୁମୀ ପ୍ରବେଶ କରିବ ବୋଲି ଆକଳନ କରାଯାଉଛି । ଅନ୍ୟପକ୍ଷରେ କାଳବୈଶାଖୀ ପ୍ରଭାବରେ ବର୍ଷା ଲାଗିରହିଥିବାରୁ ସପ୍ତାହେ ହେଲା ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିଲା । ଆସନ୍ତା ଦୁଇ ଦିନ ମଧ୍ୟ କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ।

Advertisement

Leave a Reply

Your email address will not be published. Required fields are marked *