Pratidin TV

Odisha's Digital News Platform

ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ବିଦାୟ ନେବ ମୌସୁମୀ ବାୟୁ..

1 min read

ଦେଶରୁ ଏବେ ବିଦାୟ ନେବ  ମୌସୁମୀ ବାୟୁ  । ରାଜସ୍ଥାନରୁ ଅନେକ ସ୍ଥାନରୁ ମୌସୁମୀ ପ୍ରତ୍ୟାହାର ହେଉଛି । ଓଡ଼ିଶାରୁ ମୌସୁମୀ ପ୍ରତ୍ୟାହାରର ସ୍ୱାଭାବିକ ତାରିଖ ଅକ୍ଟୋବର ଦ୍ୱିତୀୟ ସପ୍ତାହ ରହିଛି । ଏଥିପାଇଁ ଅବଗଣନା ଆରମ୍ଭ ହୋଇଥିବା ବେଳେ ତଥାପି ରାଜ୍ୟର ୪ ଜିଲ୍ଲାରେ ବର୍ଷା ନିଅଣ୍ଟିଆ ରହିଛି । କେନ୍ଦୁଝର, ଦେବଗଡ଼, ଭଦ୍ରକ ଓ ଝାରସୁଗୁଡ଼ାରେ ମୌସୁମୀ ବର୍ଷା ସ୍ଥିତି ନିଅଣ୍ଟିଆ ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଜୁନ୍ ୧ ତାରିଖରୁ ଏବେ ସୁଦ୍ଧା ରାଜ୍ୟରେ ୧୧୩୮.୯ମିମି ବର୍ଷା ହେବା କଥା । କିନ୍ତୁ ୧୦୯୦ ମିମି ବର୍ଷା ହୋଇଛି । ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ ବର୍ଷା ହୋଇଛି । ଦେବଗଡ଼ରେ ୨୩%, ଝାରସୁଗୁଡ଼ାରେ ୨୨% ଓ କେନ୍ଦୁଝରରେ ୨୦% ନିଅଣ୍ଟିଆ ବର୍ଷା ହୋଇଛି । ନୂଆପଡ଼ା ଓ ମାଲକାନଗିରିରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବାବେଳେ ବାକି ୨୪ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଚାନ୍ଦବାଲିରେ ୨୬.୯ ଓ ନୂଆପଡ଼ାରେ ୧୪.୪ମିମି ବର୍ଷା ହୋଇଛି।

Advertisement

Leave a Reply

Your email address will not be published. Required fields are marked *