Pratidin TV

Odisha's Digital News Platform

ଏହି ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ: ସମସ୍ତ ସଦସ୍ୟଙ୍କ ହେବ କୋଭିଡ୍ ପରୀକ୍ଷା

1 min read

ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବ । ଏଥର ବି କୋଭିଡ କଟକଣା ବଳବତ୍ତର ରହିବ । ଏଥିପାଇଁ ଆସନ୍ତା ୨୯ ତାରିଖରୁ ହେବ କୋଭିଡ୍ ପରୀକ୍ଷା । ବିଧାୟକ, ବିଧାନସଭା କର୍ମଚାରୀଙ୍କ ସମେତ ସାମ୍ବାଦିକମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ଆସନ୍ତା ୨୯, ୩୦ ଓ ୧ ତାରିଖରେ ହେବ କୋଭିଡ୍ ପରୀକ୍ଷା ।

ଆସନ୍ତା ମୌସୁମୀ ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ପ୍ରଥମ ଦିନରେ ହିଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏହି ଅଧିବେଶନ ଜୁଲାଇ ୨ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର‌୍ୟ୍ୟନ୍ତ ଚଲିବ । ଏହି ଅଧିବେଶନରେ ମୋଟ ୨୪ଟି କାର‌୍ୟ୍ୟ ଦିବସ ରହିବ । ୩୦ ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆସିବ ।

Advertisement

Leave a Reply

Your email address will not be published. Required fields are marked *