ତାତିରୁ ମିଳିବ ତ୍ରାହି ୫ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ
1 min readଏଥର ଶୀଘ୍ର ଆସୁଛି ମୌସୁମୀ | ତାତିରୁ ମିଳିବ ତ୍ରାହି | ଆଗାମୀ ୫ ଦିନ ମଧ୍ୟରେ ଛୁଇଁପାରେ ମୌସୁମୀ | କେରଳରେ ଛୁଇଁବ ମୌସୁମୀ | ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଛି ସୂଚନା | ୫ ଦିନ ମଧ୍ୟରେ କେରଳ ଉପକୂଳ ଛୁଇଁବ ବୋଲି ପୁର୍ବାନୁମାନ କରାଯାଉଛି |
ଆଇଏମ୍ଡିର ସୂଚନା ମୁତାବକ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ନିକୋବର ପହଞ୍ଚି ସାରିଛି | ଏହା ଆସନ୍ତା ମେ ୩୧ କିମ୍ବା ଜୁନ ୧ତାରିଖରେ କେରଳ ଉପକୂଳ ଛୁଇଁବ | ଏହାର ପୂର୍ବାନୁମାନ କରିଛି ଭରରତୀୟ ପାଣିପାଗ ବିଭାଗ |
ସାଧାରଣତଃ ପ୍ରତିବର୍ଷ ପାଖାପାଖି ଜୁନ୍ ପହିଲା ଆଡକୁ ମୌସୁମୀ ବାୟୁ କେରଳ ପହଞ୍ଚିଥାଏ। ତା’ପରେ କର୍ଣ୍ଣାଟକ, ଆସାମ, ତ୍ରିପୁରା ଏବଂ ଗୋଆରେ ଏହା ଜୁନ୍ ୫ ସୁଦ୍ଧା ପ୍ରବେଶ କରିଥାଏ। ଜୁନ୍ ୧୦ ସୁଦ୍ଧା ମୌସୁମୀ ବାୟୁ ତେଲେଙ୍ଗାନା, ସିକ୍କିମ୍ ଏବଂ ମହାରାଷ୍ଟ୍ରରେ ଏଣ୍ଟ୍ରି କରେ। । ଜୁଲାଇ ୧୫ ପାଖାପାଖି ଏହା ସମଗ୍ର ଦେଶକୁ କଭର୍ କରିଥାଏ।
ଆସନ୍ତାକାଲି ଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ହିଟୱେଭ୍ ସମ୍ଭାବନା ନାହିଁ । ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ । କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।