କାହାର ହେବ ହ୍ୱାଇଟ ହାଉସ୍ ? ଭବିଷ୍ୟବାଣୀ କଲା ‘ବେବି ହିପ୍ପୋ’…
1 min readଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଜାରି ରହିଛି ଭୋଟ୍। ଡୋନାଲ୍ଡ ଟ୍ରମ୍ଫ ଓ କମଳା ହାରିସଙ୍କ ଭିତରେ କିଏ ହ୍ୱାଇଟ୍ ହାଉସ ଦଖଲ କରିବ। କମଳା ଓ ଟ୍ରମ୍ପଙ୍କ ଭିତରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ବୁଧବାର ସକାଳ ଯାଏ ଭୋଟିଂ ଚାଲିବ। ଏକଜିଟ୍ ପୋଲର ପୂର୍ବାନୁମାନ ସତ ହେବ ନା ଓଲଟା। ମ୍ୟାଜିକ୍ ନମ୍ୱର ୨୭୦। ୫୩୮ ଇଲେକ୍ଟେରାଲ ଭୋଟ୍ ଭିତରୁ ୨୭୦ ଇଲେକ୍ଟୋରାଲ ଭୋଟ୍ କିଏ ପାଇବ। କମଳା ହାରିସ୍ ନା ଡେନାଲ୍ଡ ଟ୍ରମ୍ପ। ତାକୁ ନେଇ ଲାଗି ରହିଛି ଚର୍ଚ୍ଚା । ପୁଣି କ୍ଷମତାକୁ ଫେରିବେ କି ଡୋନାଲ୍ଡ ଟ୍ରମ୍ପ ? ନା ବାଜି ମାରିନେବେ ଭାରତୀୟ ବଂଶୋଦ୍ଭବ କମଲା ହାରିସ। ଯାହା ଉପରେ ରହିଛି ପୂରା ବିଶ୍ୱର ନଜର । ତେବେ କିଏ ମାରିବ ବାଜି? ଏନେଇ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ ବା କୁନି ଜଳହସ୍ତି।
ମୋ ଡେଙ୍ଗ୍ ର ଭବିଷ୍ୟବାଣୀ ଅନୁଯାୟୀ, ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ, ଡେମୋକ୍ରାଟିକ୍ ପାର୍ଟି ପ୍ରାର୍ଥୀ କମଲା ହାରିସଙ୍କୁ ପରାସ୍ତ କରି ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବେ।ଥାଇଲ୍ୟାଣ୍ଡର ଖାଓ ଖିଭୋ ଓପନ୍ ପ୍ରାଣୀ ଉଦ୍ୟାନରେ ମୋ ଡେଙ୍ଗକୁ ଦୁଇଟି ଫଳ କେକ୍ ମଧ୍ୟରୁ ଗୋଟିଏ ବାଛିବାକୁ ଦିଆଯାଇଥିଲା। ସେଥିମଧ୍ୟରୁ ସେ ଟ୍ରମ୍ପଙ୍କ ଫ୍ରୁଟ୍ କେକ୍ ବାଛିଥିଲା। ସେହିପରି ମୋ ଡେଙ୍ଗ କୁ ଦୁଇଟି ତରଭୁଜ ଦିଆଯାଇଥିଲା। ସେଥିମଧ୍ୟରୁ ସେ ଟ୍ରମ୍ପଙ୍କ ନାମ ଥିବା ଏକ ତରଭୁଜ ଖାଇଥିଲା।
ରିପୋର୍ଟ ଅନୁଯାୟୀ ଏହି ଭିଡିଓ ସୋମବାର ଦିନ ସୁଟିଂ କରାଯାଇଛି। ତେବେ ଏହି ଭବିଷ୍ୟବାଣୀ ନିର୍ବାଚନ ଫଳାଫଳ ବାହାରିବାର କିଛିଦିନ ପୂର୍ବରୁ କରାଯାଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକାରେ ନିର୍ବାଚନ ପୂର୍ବରୁ ମୁ ଡେଙ୍ଗର ଏଭଳି ଭବିଷ୍ୟବାଣୀ ଆମେରିକୀୟ ଭୋଟରଙ୍କ ଦୃଷ୍ଟି ଆକର୍ଷଣ କରିଛି। ମୁ ଡେଙ୍ଗ୍ ଥାଇଲ୍ୟାଣ୍ଡର ଚୋନବୁରୀ ଅଞ୍ଚଳର ଖାଓ ଖିୟୋ ଓପନ୍ ପ୍ରାଣୀ ଉଦ୍ୟାନରେ ରହୁଥିବା ଏକ ହିପ୍ପୋ ବା ଜଳହସ୍ତି। ପ୍ରାଣୀ ଉଦ୍ୟାନ ସହ ଜଡିତ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ବେଶ୍ ଲୋକପ୍ରିୟ।