ପୂରା ରାଜ୍ୟକୁ ଛୁଇଁଲା ମୌସୁମୀ , ତାତିରୁ ମିଳିଲା ଆଶ୍ୱସ୍ତ ; ୨୬ ରୁ ସାରା ରାଜ୍ୟରେ ବଢିବ ବର୍ଷା ।
1 min readତାତିରୁ ମିଳିଲା ତ୍ରାହି । ପୁରା ରାଜ୍ୟକୁ ଛୁଇଁଲା ମୌସୁମୀ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଜାରୀ ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜୁନ ୮ରେ ମୌସୁମୀ ମାଲକାନାଗିରି ସମେତ ଦକ୍ଷିଣ ପ୍ରାନ୍ତର କିଛି ଜିଲ୍ଲାକୁ ଛୁଇଁଥିଲା। କିନ୍ତୁ ମୌସୁମୀ ଯେତେକି ବର୍ଷିବା କଥା ସେତିକି ବର୍ଷା ହୋଇ ନଥିଲା। କିଛି ଦିନ ପାଇଁ ମୌସୁମୀ ଆଗକୁ ମଧ୍ୟ ବଢ଼ି ପାରି ନଥିଲା।
ହେଲେ ଆଜି ଭୁବନେଶ୍ୱରକୁ ମୌସୁମୀ ଛୁଇଁବା ସହ ସାରା ରାଜ୍ୟରେ ସକ୍ରିୟ ହୋଇଛି। ମୌସୁମୀ ସକ୍ରିୟ ଯୋଗୁ ଆଜି ସକାଳୁ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ପାଗ ମଧ୍ୟ ମେଘୁଆ ରହିଛି।
ସୂଚନା ଅନୁଯାୟୀ,ଆସନ୍ତା ୨୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ଆଳକନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ପାଇଁ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୭୦ରୁ ୧୧୦ ମିଲିମିଟର ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୨୭ ତାରିଖରେ ପ୍ରବଳ ବର୍ଷା ପାଇଁ ୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।