Pratidin TV

Odisha's Digital News Platform

ନିର୍ବାଚନୀ ହିଂସା ରେ ୧୦୦ ରୁ ଉର୍ଦ୍ଧ ଲୋକଙ୍କ ନାମରେ ରୁଜୁ ହେଲା ମାମଲା..

1 min read

ଗତ ଶନିବାର ଦିନ ଶେଷ ପର୍ଯ୍ୟାୟ ନିର୍ବାଚନ ଥିବା ବେଳେ ଏହାକୁ ନେଇ ବିଭିନ୍ନ ସ୍ଥାନରେ ହିଂସା କାଣ୍ଡ ଦେଖିବାକୁ ମିଳିଥିଲା ।ସେହିପରି ଭାବେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ସମ୍ମୁଖରେ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଥିଲା । ସ୍ବାଧିନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ ଙ୍କ ସମର୍ଥକ ମାନେ ପ୍ରତିବାଦ କରିଥିଲେ ।

ଅଭିଯୋଗ ଅନୁଯାୟୀ ଧର୍ମଶାଳା ବ୍ଲକ କୁ ଆସିଥିବା କେତେକ ରିଜର୍ଭ EVM କୁ ଅନ୍ୟତ୍ର ନେଇ ବଦଳ କରାଯାଉଥିବା ଅଭିଯୋଗ କରିଥିଲେ ହିମାଂଶୁ ଙ୍କ ସମର୍ଥକ। ଧର୍ମଶାଳା ବ୍ଲକ ସମ୍ମୁଖରେ ବହୁ ମାତ୍ରା ରେ ରୁଣ୍ଡ ହେବା ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ବିଭିନ୍ନ ରୁଟ ରେ ରିସର୍ଭ EVM ଗାଡି ଗୁଡିକୁ ଜବତ କରି ହିମାଂଶୁ ଙ୍କ ସମର୍ଥକ ମାନେ ବ୍ଲକ ଭିତରେ ପୁରେଇବା ସହ EVM ବଦଳି କରାଯାଇଥିବା ନେଇ ଅଡି ବସିଥିଲେ।ଖାଲି ସେତିକି ନୁହେଁ ରସୁଲ ପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା ।ଏନେଇ ଧର୍ମଶାଳା ବିଡିଓ ମଧ୍ୟ ନିଜର ପ୍ରତିକ୍ରୟା ରଖିଥିଲେ ।ସେ କହିଥିଲେ କୌଣସି EVM ବଦଳ ହୋଇ ନାହିଁ।

Advertisement


ଘଟଣା ସ୍ଥଳରେ ଯାଜପୁର ଏସପି ଏବଂ sdpo ପଂହଚି ଥିଲେ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ।ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବାକୁ ଯାଇ ନିର୍ବାଚନ ସୁରକ୍ଷା ଦାୟୀତ୍ୱରେ ଥିବା ପୋଲିସ କର୍ମଚାରୀ ମାନେ ଲାଠିଚାର୍ଜ ମଧ୍ୟ କରିଥିଲେ ।ଧର୍ମଶାଳା ବ୍ଲକ ଭିତରେ ଥିବା ଗାଡ଼ି ଗୁଡ଼ିକୁ ଭଙ୍ଗାରୁଜା କରିଥିଲେ ଉତ୍ୟକ୍ତ ଲୋକେ ।ପରବର୍ତ୍ତୀ ସମୟରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରିବା ସହ ଧର୍ମଶାଳା ରୁ ୧୪ ଜଣ ରସୁଲପୁର ଅଞ୍ଚାଳରୁ ୬ ଜଣକୁ ଗିରଫ କରିବା ସହ ୧୦୦ ରୁ ଉର୍ଦ୍ଧ୍ ଲୋକଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ଚଳିତ ନିର୍ବାଚନ ରେ କାହିଁକି ଏଭଳି ପରିସ୍ଥିତି ଦେଖିବାକୁ ମିଳିଲା ତାହା ସମସ୍ତଙ୍କ ମନରେ ବଡ ପ୍ରଶ୍ନବାଚି ସୂର୍ଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *