Pratidin TV

Odisha's Digital News Platform

ପାର ହେଉଥିଲେ ରେଳ ଧାରଣା , ହଠାତ୍ ଝିଡିଗଲା ତାର ; ମଝି ଧାରଣାରେ ଫସିଗଲେ ୧୦୦ ଉର୍ଦ୍ଧ ଲୋକେ …..

1 min read

ଭଦ୍ରକ : ଟ୍ରେନ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୧୦୦ରୁ ଉର୍ଦ୍ଧ୍ଵ ଲୋକେ। ୧୦୦ରୁ ଉର୍ଦ୍ଧ୍ଵ ଲୋକେ ଫସି ରହିଲେ ରେଳବାଇ ଫାଟକ ମଝିରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ରେଳ ଫାଟକ ରେ । ସୂଚନା ଅନୁଯାଇ ଭଦ୍ରକ ରେଳଷ୍ଟେସନ ବାମ ପଟେ ଥିବା ୧୧୯ ନମ୍ବର ଫାଟକ ନିକଟରେ ଘଟିଛି ଏପରି ଅଭାବନୀୟ ଦୁର୍ଘଟଣା। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଏକ ସହରୁ ଉର୍ଦ୍ଧ୍ଵ ଲୋକେ। ସମୟ ୧୨ ଘଟିକା ୧୧୯ ନମ୍ବର ରେଳ ଫାଟକ ବନ୍ଦ ଥିବାରୁ ଛିଡା ହୋଇଛନ୍ତି ୧୦୦ରୁ ଉର୍ଦ୍ଧ୍ଵ ଲୋକେ ।

ଏକ ମାଲବାହୀ ଟ୍ରେନ୍ ପାସ୍ ହେବା ପରେ ରେଳକର୍ମଚାରୀ ଖୋଲିଥିଲେ ଫାଟକ , ଲୋକେ ରେଳ ଧାରଣା ପାର ହେଉଥିବା ସମୟ ହଠାତ ତାର ଛିଡି ପଡ଼ିଯାଇଥିଲା ଗେଟ୍। ଗେଟ୍ ର ତାର ଛିଡିଯିବା ପରେ ଗେଟ୍ ଲକ୍ ହୋଇଯାଇଥିଲା, ଯାହା ଫଳରେ ଏକ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ରେଳ ଧାରଣା ମଝି ରେ ଫସିରହିଥିଲେ ଏକ ସହରୁ ଉର୍ଦ୍ଧ୍ଵ ଲୋକେ । ଏକ ଘଣ୍ଟା ପରେ ରେଳ ଫାଟକର ଜଗୁଆଳି ଓ ପି ଡବ୍ଲୁ ଆଇ କର୍ମଚାରୀ ଆସି ରେଳ ଧାରଣା ମଝିରେ ଫସି ରହିଥିବା ଲୋକମାନଙ୍କୁ ଗେଟ୍ କୁ ହାତରେ ଟେକି ଉଦ୍ଧାର କରାଯାଇଥିଲା ।ତେବେ ଗେଟ୍ ର ମରାମତି ଦାଇତ୍ୱ ରେ ଥିବା ରେଳ କର୍ମଚାରୀଙ୍କ ବେପରୁଆ କାର‌୍ୟ୍ୟ ପାଇଁ ଏପରି ଘଟଣା ଘଟିଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

Advertisement

ଭଦ୍ରକ ଷ୍ଟେସନ ଏକ ଗୁରୁତ୍ୱ ପୂର୍ଣ୍ଣ ଷ୍ଟେସନ ହୋଉଥିବା ବେଳେ ଏହି ଷ୍ଟେସନ ଦେଇ ଅନେକ ଯାତ୍ରୀ ବାହି, ମାଲ ବାହି ଟ୍ରେନ ଯାତାୟାତ କରିଥାନ୍ତି ତେବେ ଏଭଳି ବେପରୁଆ ପାଇଁ ଅନେକ ଲୋକେ ଫାଟକ ମଝିରେ ଫସି ରହିଥିଲେ ଯଦି ଟ୍ରେନ ଅସିଥାନ୍ତା ନିଶ୍ଚିତ ଭାବେ ବାହାନଗା ଘଟଣା ର ପୁନରାବୃତି ଘଟିଥାନ୍ତ ତାହା ତିଳେ ମାତ୍ର ସନ୍ଦେହ ନାହିଁ ।

Leave a Reply

Your email address will not be published. Required fields are marked *