Pratidin TV

Odisha's Digital News Platform

ସକାଳେ ଉଠି ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ ନହଲେ ହୋଇପାରେ କିଛି ଅଶୁଭ…

1 min read

ବାସ୍ତୁଶାସ୍ତ୍ର ଜ୍ଞାନ:କୁହାଯାଏ ଯେ ସକାଳେ ଭଲ ହେଲେ ଦିନ ଯାକ ଭଲରେ ଚାଲିଥାଏ | କିନ୍ତୁ ଏହା ପ୍ରତିଦିନ ଘଟିନଥାଏ | କୌଣସି କାରଣରୁ ହେଉ ପଛେ ବେଳେ ବେଳେ ଦିନ ଖରାପ ହୋଇଯାଇଥାଏ | ବାସ୍ତୁଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ଉଲ୍ଲେଖ କରାଯାଇଛି, ଯାହା ଦେଖିବା କି କରିବା ଦ୍ୱାରା ସକାଳ ହୋଇପାରେ ଅଶୁଭ କିମ୍ବା ହୋଇପାରେ କାମରେ ବାଧା | ବାସ୍ତୁ ଅନୁସାରେ ସକାଳେ ଉଠିବା ମାତ୍ରେ କେଉଁ ଜିନିଷ ଦେଖିଲେ ଭଲ ହେବ ତାହା ଉଲ୍ଲେଖ ଅଛି |

ବାସ୍ତୁଶାସ୍ତ୍ର ଅନୁସାରେ:

Advertisement
  • ସକାଳେ ଉଠି ଜଙ୍ଗଲୀ ଜନ୍ତୁର ଆକ୍ରମଣତ୍ମକ ଚିତ୍ର ଦେଖିବା ଭଲ ନୁହେଁ | ଏହା କରିବା ଦ୍ୱାରା କାର୍ଯ୍ୟରେ ବାଧା ଆସିଥାଏ |
  • ସକାଳେ ଉଠିବା ପରେ ବନ୍ଦ ଥିବା ଘଣ୍ଟା ଦେଖିବା ଭଲ ହୋଇନଥାଏ | ନଚେତ କିଛି ସମସ୍ୟାର ସାମ୍ନା କରିବାକୁ ପଡିଥାଏ |
  • ସକାଳେ ଉଠିବା ପରେ ଅଇଠାଁ ବାସନ ଦେଖିବା ମଧ୍ୟ ଭଲ ହୋଇନଥାଏ | ସାଧାରଣତଃ ଅଇଠାଁ ବାସନ ପଡିବ ଭଲ ହୋଇନଥାଏ ଏହି ସବୁ କାରଣରୁ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି |
  • ସକାଳ ଉଠି କେବେ କୌଣସି କୁକୁରଙ୍କୁ ଝଗଡା ସମୟରେ ଦେଖିବା ଉଚିତ ନୁହେଁ | ଏହା ଅଶୁଭ ହୋଇଥାଏ |
  • ସକାଳେ ଉଠି ତୁରନ୍ତ ଅଧୁଆ ମୁହଁ ଦର୍ପଣରେ ଦେଖିବା ଭଲ ନୁହେଁ | କୁହାଯାଏ ଅଧୁଆ ମୁହଁ ସକାଳେ ଉଠି ଦର୍ପଣରେ ଦେଖିଲେ ଦର୍ପଣରେ ପୂର୍ବ ରାତିର ସବୁ ନକାରାତ୍ମକ ଜିନିଷ ପାଇଥାଉ |

Leave a Reply

Your email address will not be published. Required fields are marked *