Pratidin TV

Odisha's Digital News Platform

କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି , ସରିଲା ସହିଦ ପୁଅର ଶେଷକୃତ୍ୟ …

1 min read

କାନ୍ଦୁଛି ମାଆ, ଝୁରୁଛି ଜନ୍ମମାଟି । ଲଢୁଆ ପୁଅକୁ ହରାଇ ଶୋକ ସାଗରରେ ବୁଡ଼ିଛି ସାରା ଗାଁ । କର୍ତ୍ତବ୍ୟ କରୁଥିବା ବେଳେ ପ୍ରାଣ ହରାଇଲେ ଯବାନ । ମାଆ ମାଟିର ସୁରକ୍ଷାରେ ନିୟୋଜିତ ଥିବା ଯବାନଙ୍କର ଆଜି ମୃତ୍ୟୁ ହୋଇଛି । ମଣିପୁର ରେ ଡିଉଟି କରୁଥିବା ଅବସ୍ଥାରେ ସହିଦ ସନାତନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ସୂଚନାନୁଯାୟୀ ସନାତନ ପ୍ରଧାନ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ ମଣିପୁରରେ ପଚିଶ ବର୍ଷ ହେବ କାର୍ଯ୍ୟରତ ଥିଲେ । ପ୍ରଥମେ crpf ଡ୍ରାଇଭର ଓ ପରେ ଏମଟି ମେଜର ଭାବେ କାର୍ଯ୍ୟରତ ଥିଲେ । ଗତକାଲି ଡିଉଟି ସମୟରେ ପ୍ୟାରେଡ ଚାଲିଥିବା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସନାତନ । ଏହାପରେ ତାଙ୍କ ସାଥି ଯବାନ ମାନେ ମେଡିକାଲ ନେଇଯାଇଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲ । ଆଉ ଏପଟେ ଏ ଦୁଃଖଦ ଖବର ଗରଦପୁର ବ୍ଲକ ଓଉପଡା ଗାଁରେ ପହଞ୍ଚିବା ପରେ ଲୁହରେ ଭିଜିଥିଲା ସାରା ଗାଁ । ସହିଦ ସନାତନଙ୍କ ପାର୍ଥୀବ ଶରୀର ଆଜି ମଣିପୁର ରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା । ସେଠାରୁ ସେନାର ଏକ ସ୍ୱତନ୍ତ୍ର ଗାଡ଼ିରେ ଜନ୍ମମାଟି ଗରଦପୁର ବ୍ଲକ ଓଉପଡା ଅଭିମୁଖେ ବାହାରି ଥିଲା ତାଙ୍କ ମରଶୀରର ।

ସହିଦଙ୍କ ଶେଷ ଦର୍ଶନ ସହ ତାଙ୍କୁ ସାଲ୍ୟୁଟ୍ ଜଣାଇବାକୁ ରାସ୍ତାରେ ଛିଡ଼ା ହୋଇ ରହିଥିଲେ ଆବାଳ ବୃଦ୍ଧବନିତା । ଏକ ବିରାଟ ଶୋଭାଯାତ୍ରାରେ ଗାଁରେ ପହଞ୍ଚିବା ବେଳକୁ ସମସ୍ତଙ୍କ ଆଖିରେ ଥିଲା ଲୁହ, ଆଉ ମୁହଁରେ ସହିଦଙ୍କ ପରିବାର ପ୍ରତି ଗଭୀର ସମବେଦନା । ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ଆଉ କେଇଟା ବର୍ଷ ପରେ ସେ ଅବସର ନେଇଥାନ୍ତେ । ହେଲେ ଆଜି ତାଙ୍କର ଅକାଳରେ ଚାଲିଗଲା ଜୀବନ ।

Advertisement

ସନାତନଙ୍କ ପାର୍ଥୀବ ଶରୀର ଗାଁରେ ପହଞ୍ଚିବା ପରେ ଗାଁ ଶ୍ମଶାନ ରେ ଗାର୍ଡ ଅଫ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି । ସନାତନ ଙ୍କ ପୁଅ ଆଶୁତୋଷ ବୀର ଯବାନ ଙ୍କୁ ମୁଖାଗ୍ନି ଦେଇଛନ୍ତି । ତେବେ ସିଏ ସିନା ସହିଦ ହୋଇ ଦେଶର ନାଁ ରଖିଛନ୍ତି ହେଲେ ସନାତନଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ତାଙ୍କ ପରିବାର ।

Leave a Reply

Your email address will not be published. Required fields are marked *