Pratidin TV

Odisha's Digital News Platform

ଦୁନିଆର ସବୁଠୁ ଦାମୀ ପରିବା; ଯାହାର ମୂଲ୍ୟ ୧୦ କିଲୋ ସୁନାର ମୂଲ୍ୟ ସହ ସମାନ !

1 min read

ଆଜିକାଲି ପନିପରିବା ଦର ଆକାଶଛୁଆଁ ହେଉଛି | | ଏଥି ସହିତ ଟମାଟୋର ମୂଲ୍ୟ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଅନେକ ଥର ଲୋକମାନେ ପନିପରିବାର ମୂଲ୍ୟ ସୁନା ମୂଲ୍ୟ ସହିତ ତୁଳନା କରନ୍ତି | ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଏହିପରି ମହଙ୍ଗା ପନିପରିବା ସୁନା ମୂଲ୍ୟ ସହିତ ସମାନ ମନେହୁଏ | ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ପନିପରିବା ବିଷୟରେ କହିବୁ ଯାହାର ଦର ବାସ୍ତବରେ ସୁନାରୂପା ଦର ଠାରୁ ବି ଅଧିକ l ଏହି ପନିପରିବା ବଦଳରେ ଆପଣ 10 କିଲୋ ସୁନା କିଣି ପାରିବେ l ତେବେ ଆସନ୍ତୁ ଜାଣିବା ଦୁନିଆର ସବୁଠାରୁ ମହଙ୍ଗା ପନିପରିବା ବିଷୟରେ l

ହ୍ୱାଇଟ ଟ୍ରଫଲ୍:

Advertisement

ୟୁରୋପରେ ମିଳୁଥିବା ହ୍ୱାଇଟ ଟ୍ରଫଲ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ପରିବା l ଏହାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ 5 ଲକ୍ଷ ଟଙ୍କା l ଏହାର ସ୍ୱାଦ ସାଧାରଣତଃ ରସୁଣ ପରି ଏବଂ ଦେଖିବାକୁ ପନିର ପରି ନରମ ଏବଂ ଧଳା l

ମସ୍ତୁଟେକ୍ ମସରୁମ:

ଜାପାନରେ ମିଳୁଥିବା ମସ୍ତୁଟେକ୍ ମସରୁମ ଦୁନିଆର ବିକ୍ରି ହେଉଥିବା ସବୁଠାରୁ ମହଙ୍ଗା ମସରୁମ ଭିତରୁ ଏକ l ଏହାର ସ୍ୱାଦ ମିଠା l ଏବଂ ଏହା ବେଶ ସୁଗନ୍ଧିତ l ଏହାର ମୂଲ୍ୟ କିଲୋଗ୍ରାମ ପିଛା ପ୍ରାୟ 1.5 ଲକ୍ଷ ଟଙ୍କା l

ଲା ବୋନୋଟ୍ ଆଳୁ :
ଏହି ବିରଳ ପ୍ରକାରର ଆଳୁ କେବଳ ଫ୍ରାନ୍ସର ଏକ ଉପକୂଳବର୍ତ୍ତୀ ଅଂଚଳରେ ମିଳିଥାଏ l ବର୍ଷକୁ ମାତ୍ର ଦଶ ଦିନ ଏହି ଆଳୁ ମିଳିଥାଏ l ସ୍ଵାଦରେ ଏହା ସାମାନ୍ୟ ଲୁଣିଆ l ଏହି ଆଳୁର ମୂଲ୍ୟ କିଲୋଗ୍ରାମକୁ ଏକ ଲକ୍ଷ ଟଙ୍କା l

ହପ୍ ସୁଟ୍ :

ଉତ୍ତର ଆମେରିକାରେ ମିଳୁଥିବା ହପ୍ ଶୁଟ୍ ନାମକ ଏକ ପରିବା ସାଧାରଣତଃ ବିୟର ତିଆରିରେ ବ୍ୟବହୃତ ହୁଏ l ଏହା ବ୍ୟତୀତ ଏହା ଔଷଧ ତିଆରିରେ ମଧ୍ୟ ବ୍ୟବହୃତ ହୁଏ l ଏହାର ଆନୁମାନିକ ମୂଲ୍ୟ କିଲୋଗ୍ରାମ ପିଚା 73,000 ଟଙ୍କା l

ୟାର୍ଟସା ଗୁମ୍ବୁ :

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହା ଏକ ପ୍ରକାର ପୋକ ଯାହା ତିବ୍ଦତ ଏବଂ ନେପାଳରେ ଦେଖାଯାଏ l ଏହାକୁ ଦୁନିଆର ସବୁଠାରୁ ଦାମୀ ପନିପରିବା ମଧ୍ୟ କୁହାଯାଏ l ଏହାର ମୂଲ୍ୟ ସୁନାଠାରୁ ଅଧିକ ଅଟେ l

ଏହି ପନିପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ l ସେଗୁଡ଼ିକରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ଥାଏ l ଏହି ପନିପରିବା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ l

Leave a Reply

Your email address will not be published. Required fields are marked *