Pratidin TV

Odisha's Digital News Platform

ଦ୍ରାରିଦ୍ୟତା ନେଲା ମା’ଓ ଝିଅଙ୍କ ଜୀବନ : ନିଜେ ବିଷ ପିଇବା ସହ ୬ ବର୍ଷର ପୁଅକୁ ମଧ୍ୟ ପିଆଇଲେ

ଭୁବନେଶ୍ୱର : ବଲାଙ୍ଗୀର ଖପ୍ରାଖୋଇ ଥାନା ପାଟିମାଲ ଗାଁରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି । ଅଭାବ ଯୋଗୁ ଚାଲିଯାଇଛି ଦୁଇ ନିରୀହ ଜୀବନ । ସରକାରଙ୍କ ଅନେକ ଯୋଜନା ପରେ ମଧ୍ୟ ପ୍ରତ୍ୟକ ଦିନ ଏଠି ଦ୍ରାରିଦ୍ର‌୍ୟତା ନେଉଛି ଜୀବନ । ସେହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏକ ପରିବାରରେ । ପାଟିମାଲ ଗାଁର ମା କଳାବତୀ ସାହୁ(୭୦),ଝିଅ ବର୍ଷାୟୀ ସନ୍ତୋଷିନୀ (୪୦) ଦୁହେଁ ମାଝିଅ ବିଷ ପିଇଲା ପରେ ,ଝିଅ ସନ୍ତୋଷିନୀ ତାଙ୍କ ୬ ବର୍ଷର ପୁଅକୁ ମଧ୍ୟ ବିଷ ପିଆଇଦେଇ ଥିଲେ । ପଡୋଶୀ ଏହା ଦେଖି ପୋଲିସ୍‌କୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଖପ୍ରାଖୋଲ ପୋଲିସ୍ ପହଞ୍ଚି ଳାବେଳକୁ ମା ଝିଅଙ୍କର ମୃତ୍ୟୁ ହୋଇସାରିଥିଲା । ଏହାପରେ ଗୁରୁତର ଥିବା ୬ ବର୍ଷର ଛୁଆକୁ ପୋଲିସ୍ ପ୍ରଥମେ ନିକଟସ୍ଥ ଚିକିତ୍ସାଲୟରେ ଭର୍ତ୍ତି କରିଥିଲା । ଅବସ୍ଥା ଅଧିକ ଗୁରୁୁତର ହେବାରୁ ତାକୁ ପାଟଣାଗଡ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ତେବେ ଦୁହିଁଙ୍କ ଆତ୍ମହତ୍ୟା ପଛର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇପାରିନାହିଁ ।

Leave a Reply

Your email address will not be published. Required fields are marked *