Pratidin TV

Odisha's Digital News Platform

ପହିଲି ରଜରେ ମାଆ ଝିଅ ଙ୍କୁ ମରଣାନ୍ତକ ଆକ୍ରମଣ..

1 min read

ପହିଲି ରଜରେ ମାଆ ଝିଅ ଙ୍କୁ ମରଣାନ୍ତକ ଆକ୍ରମଣ । ଦିନ ଦ୍ବିପହରରେ ମାଆ ଝିଅଙ୍କୁ ହୋଇଛି ଛୁରା ମାଡ଼ ଯାହା ଫଳରେ ଗୁରୁତର ଆହତ ହୋଇଛନ୍ତି ।  ଆହତ ମାନେ ହେଲେ ଇନ୍ଦୁ ଦାସ ଓ  ପାୟଲ ଦାସ l ସୂଚନାନୁଯାୟୀ ଆଜି ସକାଳ ପ୍ରାୟ 9.30 ମିନିଟ ସମୟରେ ମା ଝିଅ ଘରୁ ନିଜ କାର୍ଯ୍ୟ ପାଇଁ ବାହାରୁ ଥିବା ବେଳେ ତାଙ୍କ ପଡୋଶୀ ତାଙ୍କ ଘର ପାଖରେ ତାଙ୍କୁ ହଠାତ ଅତିର୍କିତ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା  l

ଆକ୍ରମଣ ରେ ମାଆ  ଓ ଝିଅ ଗୁରୁତର ଆହତ ହୋଇଛନ୍ତି l ତେବେ ଦୁଇ ଜଣଙ୍କୁ ପ୍ରଥମେ ସଦର ମେଡିକାଲ ରେ ଚିକିତ୍ସା କରାଯାଇଥିଲା l ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଭୀମସାର କୁ ସ୍ଥାନାନ୍ତର କରାଯାଇଛି l ତେବେ ଆକ୍ରମଣ ର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ଜମି ବାଡି଼କୁ ବିବାଦକୁ  କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l କିଛିଦିନ ପୂର୍ବରୁ ଦାସ ପରିବାର ଗୋପାଲମାଲ ଅଞ୍ଚଳରେ ଜମି କିଣି ଘର ତିଆରି କରି ରହୁଛନ୍ତି l ସେବେଠାରୁ ପଡୋଶୀଙ୍କ ସହ ଦାସ ପରିବାର ଝଗଡା ହୋଇ ଆସୁଥିଲା l ଦାସ ପରିବାର ଆଗରୁ ମଧ୍ୟ ଏନେଇ ପୋଲିସ ରେ ଅଭିଯୋଗ କରିଥିବା ନେଇ ସୂଚନା ରହିଛି l

Advertisement

Leave a Reply

Your email address will not be published. Required fields are marked *