Pratidin TV

Odisha's Digital News Platform

ନିର୍ଯାତନା ଅଭିଯୋଗରେ ଥାନାକୁ ଆସିଥିଲ। ମା, ହେଲେ ଛୁଆକୁ କାମୁଡିଦେଲା ଅଜଣାଜନ୍ତୁ ।

1 min read

ଅସ୍ତରଙ୍ଗ : ଶାଶୁଘରେ ଅସହ୍ୟ ହେଲା ନିର୍ଯାତନା। ଏତଲା ଦେଇଥିଲେ ସୋମବାର ପୁନର୍ବାର ପାରିବାରିକ ବିବାଦ ସମାଧାନ କରିବାକୁ ଅସ୍ତରଙ୍ଗ ଥାନାକୁ ଆସିଥିଲେ ଆଶା ବେହେରା। କିନ୍ତୁ ଆଶା ସାଥିରେ ଆସିଥିବା ଶିଶୁପୁତ୍ରକୁ କାମୁଡିଦେଲା ବିଷାକ୍ତ ଜନ୍ତୁ। ଆଉ ଚାଲିଗଲା ଶିଶୁଟିର ଜୀବନ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ନଗର ପଂଚାୟତ ଅଧୀନ ନୂଆକାଳିଆକଣ ଗ୍ରାମର ମିହିର ବେହେରା ଙ୍କ ପତ୍ନୀ ଶାଶୁଘର ଲୋକେ ନିର୍ଯାତନା ଦେଇଥିବାରୁ ଗତ ୨୫ତାରିଖରେ ଅଭିଯୋଗ କରିଥିଲେ। ପୁଲିସ ବିବାଦ ସମ୍ପର୍କ ରେ ଆଲୋଚନା କରିବାକୁ ସୋମବାର ଆଶା ବେହେରା ଆସିଥିବା ବେଳେ ପୁଲିସ ଶହ ଆଲୋଚନା ସମୟରେ ଥାନା ପରିସରରେ ଥିବା ଛୋଟ ମଣ୍ଡପରେ କୁନି ପୁଅଟିଏ ଖେଳୁଥିଲା। ସେଠାରେ କୌଣସି ବିଷାକ୍ତ ଜନ୍ତୁ କାମୁଡିଦେଇଥିଲା। ସେତେବେଳକୁ ପିଲାର ହାତରୁ ରକ୍ତସ୍ରାବ ହୋଇଥିଲା। ପୁଲିସ ଗାଡ଼ିରେ ଶିଶୁକୁ ପ୍ରଥମେ ଅସ୍ତରଙ୍ଗ ମେଡିକାଲ ଭର୍ତ୍ତି କରିଥିଲେ। ଅବସ୍ଥା ସଂକଟାପର୍ଣ୍ଣ ଥିବାରୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ସ୍ଥାନାଂତର କରାଯାଇଥିଲା। ସେଠାରେ ଶିଶୁର ମୃତ୍ୟୁ ହୋଇଯାଇଥିଲା।

Advertisement

ଏ ନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା SDPO ସୂଚନା ଦେଇଥିବା ବେଳେ ନ୍ୟାୟ ପାଇବାକୁ ଆସିଥିବା ଜଣେ ମହିଳା ନିଜ ପୁଅକୁ ହରାଇବା ଘଟଣା ପରିବାର ସଦସ୍ୟ ସହଜରେ ଗ୍ରହଣ କରିପାରୁନାହାନ୍ତି। ସନ୍ଧ୍ୟାରେ ସମ୍ପର୍କୀୟ ଥାନା ସାମ୍ନାରେ ଧାରଣା ଦେଇଥିଲେ। ଏହାକୁ ନେଇ କିଛି ସମୟର ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ ପୋଲିସ ବୁଝାସୁଜା କରି ସମସ୍ତ ଙ୍କୁ ଘରକୁ ପଠାଇଥିଲେ।

Leave a Reply

Your email address will not be published. Required fields are marked *