ପୁଅର ଚିକିତ୍ସା ପାଇଁ ଗରିବ ମା’ ର ଆକୁଳ ନିବେଦନ ; ମୋ ପୁଅକୁ ନୂଆ ଜୀବନ ଦିଅ , ଆମକୁ ଟିକେ ସାହାର୍ଯ୍ୟକର
1 min readକଟକ : ପୁଅ କଥା କହୁ କହୁ ନିଜର କୋହ କୁ ରୋକି ପାରୁନି ମା’ । କାନ୍ଦି କାନ୍ଦି ଓଡ଼ିଶାବାସୀଙ୍କୁ କାନି ପତେଇ ପୁଅର ନୂଆ ଜୀବନ ପାଇଁ ମାଗୁଛି ଭିକ୍ଷା । ଦୀର୍ଘ ପାଞ୍ଚ ବର୍ଷ ହେବ କଟକ ବଡ଼ ଡ଼ାକ୍ତରଖାନାର ଫୁସଫୁସ୍ ଜନିତ ୱାର୍ଡ଼ ରେ ଚିକିତ୍ସା ପାଇଁ ପୁଅକୁ ଧରି ପଡ଼ିରହିଛନ୍ତି ମା’ ସୁଷମା ଶାସମଲ ।
ଗାଁ କାଞ୍ଜିଆକଣ ଥାନା ଏରସମା ଜିଲ୍ଲା ଜଗତସିଂହପୁର ଗ୍ରାମର ପ୍ରଫୁଲ୍ଲ ଶାସମାଲ ଓ ମା ସୁଷମା ଶାସମଲଙ୍କ ଏକ ମାତ୍ର ସାହାଭରସା ପୁଅ କେଶବ ଚନ୍ଦ୍ର । । ଜଣେ ସାଧାରଣ ଗରିବ ପରିବାରର ପୁଅ କେଶବ ଚନ୍ଦ୍ର ଶାସମାଲ ଓରଫ ପପୁ । ଘରର ଏକମାତ୍ର ରୋଜଗାରକ୍ଷମ ପୁଅ । ପପୁର ବାପା ଜଣେ ଦିନ ମଜୁରିଆ ଆଉ ସବୁଠୁ ବଡ଼ ଦୁଃଖର କଥା ପପୁଙ୍କ ର ବଡ଼ଭାଇ ମାନସିକ ଭିନ୍ନକ୍ଷମ ଏବଂ ବାତରୋଗୀ । କିନ୍ତୁ ବିଡମ୍ବନା ବିଷୟ ଆଜିକୁ ପାଞ୍ଚବର୍ଷ ହେବ କଟକ ବଡ଼ ଡ଼ାକ୍ତରଖାନାରେ ଜୀବନ ମୃତ୍ୟୁ ସଂଘର୍ଷ ସହ କରୁଛନ୍ତି କେଶବ । ଜଣେ ସ୍ନେହୀ, ମେଳାପି, ସଚୋଟ ଓ ଚରିତ୍ରବାନ ଯୁବକ ଭାବେ ପରିଚିତ ପପୁ ସାନଠୁ ବଡ଼ ସଭିଙ୍କ ପ୍ରିୟପାତ୍ର । ହେଲେ ବିଧିର ବିଧାନ କିଛି ଅଲଗା । ଅକାମୀ ହେଇଯାଇଛି କେଶବଙ୍କ ର ଫୁସଫୁସ । ପାଞ୍ଚବର୍ଷ ହେବ ଫୁସଫୁସ ଜନିତ ରୋଗରେ ଚିକିତ୍ସିତ ହେଉଛନ୍ତି ପପୁ । ୫ ବର୍ଷ ଧରି ଚିକିତ୍ସା କରୁଥିବା କଟକ ବଡ଼ ମେଡିକାଲର ଡାକ୍ତର ବାବୁମାନେ କହୁଛନ୍ତି ପପୁକୁ ବଞ୍ଚେଇବାକୁ ହେଲେ ତା’ର ଫୁସଫୁସ ପ୍ରତିରୋପଣ କରିବାକୁ ପଡିବ । କିନ୍ତୁ ଏହି ସୁବିଧା ଓଡିଶାରେ ଉପଲବ୍ଧ ନୁହେଁ । ସେଥିପାଇଁ ପପୁକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ପଡିବ । ଏହା ଏକ ବ୍ୟୟବହୁଳ ଚିକିତ୍ସା ପଦ୍ଧତି । ଆଉ ଆବଶ୍ୟକ ରହିଛି ପାଖାପାଖି ୭୦ ରୁ ୮୦ଲକ୍ଷ ଟଙ୍କାର ଅର୍ଥରାଶି । ଯେଉଁଥିପାଇଁ କାନି ପତେଇ ପୁଅର ନୂଆ ଜୀବନ ଭିକ୍ଷା କରୁଛି ମା’ ।
ଏପଟେ ପୁରା କାଞ୍ଜିଆକଣ ଗ୍ରାମବାସୀଙ୍କ ସମେତ ପପୁ ଙ୍କ ସମ୍ପର୍କୀୟ ଭାଇ ଓଡିଶା ସରକାର ଦୟାଳୁ, ଧର୍ମପାରାୟଣ, ପରୋପକାରୀ ଭାଇ ଭଉଣୀ ମାନଙ୍କୁ ହାତଯୋଡ଼ି ନିବେଦନ କରି ପପୁକୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଛନ୍ତି । ଯଦି କେହି ସହହୃଦୟ ବ୍ୟକ୍ତି ଗରିବ ଘରର ପୁଅ ପପୁକୁ ନୂଆ ଜୀବନ ଦେବାକୁ ଚାହାଁନ୍ତି ତେବେ ଆସନ୍ତୁ ଏକାଠି ହୋଇ ନିଜ ସାଧ୍ୟମତେ ସାହାଯ୍ୟ ସହଯୋଗ କରିବା ଏବଂ ଅସହାୟ ବାପା ମାଙ୍କ ମୁହଁରେ ହସ ଫୁଟାଇବା ।
ଏହା ହିଁ ଆମର ଲକ୍ଷ୍ୟ Uco Bank- A/C No. 11730100009431, IFSC CODE – UCBA0001173, MISC CODE-750428503, କିମ୍ୱା PHONE PAY/ GOOGLE PAY NO. 8763064129 ତେବେ କେଶବ ଙ୍କ ନୂଆ ଜୀବନ ପାଇଁ ଓଡ଼ିଶା ସରକାର ଏବଂ ଓଡ଼ିଶାବାସୀ ହିଁ ସାହାଭରଷା ।