Pratidin TV

Odisha's Digital News Platform

ସୁଭଦ୍ରା ଫର୍ମ ପକାଇବାକୁ ଯାଇ କଙ୍କାଳ ହୋଇ ଫେରିଲେ ମା-ଝିଅ ! ହତ୍ୟା ସନ୍ଦେହରେ ୨ ଗିରଫ୍…

1 min read

ଭଦ୍ରକ ; ନାଳରୁ ଏକ ବସ୍ତାରୁ କଙ୍କାଳ ଉଦ୍ଧାର । ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ବାଲିମୁଣ୍ଡା ପଞ୍ଚାୟତର ବଡହାବେଳିସାହି ପାଞ୍ଚଘେରିଆ ଲୁଣାବନ୍ଧରୁ ମଣିଷ କଙ୍କାଳ ସହିତ ମୁଣ୍ଡ ଖପୁରି ଉଦ୍ଧାର ହୋଇଛି । ଗତକାଲି ଉକ୍ତ ସ୍ଥାନରେ ପାଣି ନିଷ୍କାସନ ପାଇଁ ଏକ ଜେସିପି ସ।ହାର୍ଯ୍ୟରେ ନାଳ ଖୋଲୁଥିବା ସମୟରେ ଏକ ବସ୍ତା କୁ ନାଳରୁ ବାହାର କରାଯାଇଥିଲା। ପରେ ଉକ୍ତ ବସ୍ତାରୁ କଙ୍କାଳ ସହିତ ମଣିଷ ମୁଣ୍ଡ ବାହାର ହୋଇଥିବାରୁ ଲୋକେ ବିଭିନ୍ନ ସନ୍ଧେହ ସୃଷ୍ଟି ହୋଇଥିଲା।

ଗତ ମାସ ୨୭ ତାରିଖ ବଡହାବେଲିସାହି ପଞ୍ଚାଘେରିଆ ଗାଁ ରେ ମାଆ ଓ ଝିଅ ସୁଭଦ୍ରା ଯୋଜନାର ଫର୍ମ ପକାଇବାକୁ ବାଲିମୁଣ୍ଡା ବଜାରକୁ ଯାଇ ଘରକୁ ଫେରିନଥିଲେ । ନାୟକାଣୀଡିହି ଥାନାର ମାଆ ଓ ଝିଅ ନିଖୋଜ ଥିବାର ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ନିରାଶ ହେବାରୁ ଚଳିତ ମାସ ୩ ଅଭିଯୋଗ କରିଥିଲେ ।

Advertisement

ଏହି ନିଖୋଜ ଦୁଇ ଜଣ ହେଲେ ମାଆ ଯମୁନା ସାମଲ ଓ ଝିଅ କୌଶଲ୍ୟା ଗାଇନ ବୋଲି ଜଣାପଡିଛି। ଏହି ଘଟଣାକୁ ନେଇ ସନ୍ଦେହରେ ହାବାଲିସାହି ଗ୍ରାମର ନିଖୋଜ ମହିଳାଙ୍କ ଦୁଇ ଜ୍ୱାଇଁ ପୋଲିସ ଥାନାକୁ ନେଇ ଅଟକ ରଖି ପଚରା ଉଚରା ଚଳାଇଛି। ହେଲେ ଉକ୍ତ ଖପୁରି ଓ କଙ୍କାଳ କାହାର ସ୍ପଷ୍ଟ ହୋଇନଥିବା ବେଳେ ଏହି ମାଆ ଓ ଝିଅ ହୋଇଥିବାର ଲୋକ ସନ୍ଦେହ କରୁଛନ୍ତି ।

Leave a Reply

Your email address will not be published. Required fields are marked *