Pratidin TV

Odisha's Digital News Platform

ବିଧବା ମା’କୁ ଏକା କରି ଅମର ହୋଇଗଲେ ନରେଶ , ଓଡିଶା ପୋଲିସ ଦେଲା ଗାର୍ଡ ଅଫ୍ ଅନର୍ ।

1 min read

ମାତ୍ର ୩୧ବର୍ଷ ବୟସରେ ଆରପାରିକୁ ଚାଲିଗଲା ପୁଅ । କିଛି ମାସ ପୂର୍ବରୁ ଆଖିବୁଜି ଦେଇଥିଲେ ସ୍ୱାମୀ ଆଉ ଏବେ ବିଧବା ମା’କୁ ଏକା କରି ଚାଲିଗଲା ଜବାନ ପୁଅ । ଏଭଳି ଏକ ହୃଦୟୁବିଦାରକଜ ଘଟଣା ପାରଳାଖେମୁଣ୍ଡି ତେଲିଗୌଡ଼ ରୁ ସାମ୍ନାକୁ ଆସିଛି ।

ପାରଳାଖେମୁଣ୍ଡି ସହର ତେଲିଗୌଡ଼ ସାହିର ୩୧ବର୍ଷିୟ ନରେଶ ଗତ ୯ ତାରିଖରେ ରେ ହଠାତ୍ ମସ୍ତିଷ୍କାଘାତରେ ପୀଡ଼ିତ ହୋଇଥିଲେ । ତାଙ୍କୁ ଭଲ ଚିକିତ୍ସା ପାଇଁ ତୁରନ୍ତ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମୃତ୍ୟୁତ ଉପରୁ ଲେଖାହୋଇଥଅଏ ବୋଧେ । ନରେଶଙ୍କ ଜୀବନ ରେଖା ବୋଧେ ୩୧ ବର୍ଷ ଯାଏ ଥିଲା । ଆଉ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ନରେଶଙ୍କ ମୃତ୍ୟୁ ହୋଇଛି । ବାପା ନାଗରାଜ ପଟ୍ଟନାୟକଙ୍କ ମୃତ୍ୟୁର ମାସ କେଇଟା ମଧ୍ୟରେ ୩୧ବର୍ଷିୟ ପୁଅ ନରେଶଙ୍କୁ ହରାଇ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ମା କେ. ଉଷାରାଣୀ । ପୁଅର ଜୀବନ ବଞ୍ଚାଇ ପାରିନଥିବା ଉଷାରାଣୀ ତାଙ୍କୁ କିଭଳି ସବୁଦିନ ପାଇଁ ଅମର କରିବେ ଆଉ ପୁଅ ପାଖରେ ନରହିଲେ ମଧ୍ୟ ଅନ୍ୟକାହା ଦେହରେ ଜୀବନ୍ତ ରହିବ ଭାବି ତୁରନ୍ତ ପୁଅର ପୁଅର ଚକ୍ଷୁ, ହୃଦୟ ଓ ଯକୃତ ଆଦି ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ ।

Advertisement

ଏହି ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି। ନରେଶଙ୍କ ଶେଷଯାତ୍ରାରେ ସହରର ହଜାର ହଜାର ଲୋକେ ସାମିଲ ହୋଇ ବିଦାୟ ଜଣାଇଥିଲେ। ନରେଶଙ୍କ ସମ୍ମାନାର୍ଥେ ଓଡ଼ିଶା ପୁଲିସ ପକ୍ଷରୁ ଗାର୍ଡ଼ ଅଫ୍ ଅନର୍ ପ୍ରଦାନ କରାଯାଇଛି।

ସମସ୍ତ ମହଲରୁ ନରେଶଙ୍କ ମା କେ ଉଷାରାଣୀଙ୍କୁ ବାହା ବାହା ମିଳିଛି । କାହିଁକି ନା ନିଜ ଜବାନ ପୁଅକୁ ହରାଇବା ସହ ସେଇ ମା ଆଜି ତା ପାଇଁ ଗର୍ବିତ । କାରଣ ଊଷାରାଣୀ ଜଣେ ଡାକ୍ତରଙ୍କ ଝିଅ ସେ ଭଲସେ ଜାଣିଛନ୍ତି ଯେ ଜଣେ ମଣିଷର ବିଭିନ୍ନ ଅଙ୍ଗ ୬ ଜଣ ଲୋକଙ୍କୁ ନୂଆ ଜୀବନ ଦେଇପାରେ । ସେଥିପାଇଁ ନିଜ ପୁଅର ଅଙ୍ଗ ଦାନ କରି ତାକୁ ସବୁଦିନ ପାଇଁ ଅମର କରିଦେଇଛନ୍ତି ମା ଉଷାରାଣୀ ।

Leave a Reply

Your email address will not be published. Required fields are marked *