Pratidin TV

Odisha's Digital News Platform

ମା ସାଜିଲା ଡାହାଣୀ, ୪ ବର୍ଷ ପୁଅକୁ ପିଆଇଦେଲା ବିଷ ।

ଉଦଳା ; ଅନ୍ତଚିରି ଜନ୍ମ ଦେଇଥିଲା,ହେଲେ ମା ସାଜିଲା ଡାହାଣୀ। କୌଣସି କାରଣକୁ ନେଇ ମା ଖାଇଲା ବିଷ ଆଉ ମାତ୍ର ୪ ବର୍ଷର ଶିଶୁପୁତ୍ରକୁ ଖୁଆଇଲା ବିଷ। ଏବେ ବିଷ ପିଇ ମା ଏବଂ ଶିଶୁପୁତ୍ର ଗୁରୁତର। ଏଭଳି ଘଟଣା ଘଟିଛି ଉଦଳା ଥାନା ନାବରା କଲୋନୀ ଗ୍ରାମରେ।

ଗ୍ରାମର ଆଲୋକ ବାଘଡାଙ୍କ ସ୍ତ୍ରୀ ସବିତା ରାଉତ ମଙ୍ଗଳବାର ମଧ୍ୟାହ୍ନରେ ହଠାତ ଘର ଭିତରକୁ ପଶି ଭିତରୁ ତାଲା ମାରିଥିବା ବେଳେ ସାଙ୍ଗରେ ୪ ବର୍ଷର ଶିଶୁପୁତ୍ର ରାଜେଶ ବାଘଡାକୁ ମଧ୍ୟ ସାଙ୍ଗରେ ନେଇ ନିଜେ ବିଷ ପିଇବା ସହିତ ଶିଶୁପୁତ୍ର କୁ ବିଷ ପିଆଇଥିଲା। କିଛି ସମୟ ପରେ ସ୍ୱାମୀ ଆଲୋକ ଘର ବାହାରେ ବସି ଖାଉଥିବା ବେଳେ ହଠାତ ଶିଶୁପୁତ୍ର ବାହାରକୁ ଆସି ବାନ୍ତି କରିଥିଲା। ବାନ୍ତି କରିବା ପରେ ବିଷ ଗନ୍ଧ ଆସିବାରୁ ପରିବାର ଲୋକେ ଛୋଟ ପିଲାଟି ବିଷ ପିଇଥିବା ଜାଣିବାକୁ ପାଇଥିଲେ।

ଏହା ସହିତ ମା ସବିତା ମଧ୍ୟ ବିଷ ପିଇଥିବା ଜାଣି ପାରି ଗୁରୁତର ଅବସ୍ଥାରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଉଭୟ ମା ଏବଂ ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଉଭୟ ଏବେ ଜୀବନ ସହିତ ସଂଘର୍ଷରତ ରହିଛନ୍ତି। ଏଭଳି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *