Pratidin TV

Odisha's Digital News Platform

ପଥର ଛୁଆକୁ ଜନ୍ମ ଦେଲା ମାଁ , ୧୫ ବର୍ଷ ପର୍ଯ୍ୟନ୍ତ ପେଟରେ ବଢୁଥିଲା ଷ୍ଟୋନବେବି , ଆଶ୍ଚର୍ଯ୍ୟ ହେଲେ ଡାକ୍ତର କହିଲେ ..

1 min read

ନୂଆଦିଲ୍ଲୀ : ୧୫ ବର୍ଷ ଧରି ମହିଳାଙ୍କର କୌଣସି ଧାରଣା ନଥିଲା ଯେ ତାଙ୍କ ପେଟର ପିଲା ଅଛି ଯେତେବେଳେ ଯନ୍ତ୍ରଣା ଏବଂ ଅନ୍ୟାନ୍ୟ ସମସ୍ୟା ପରେ ତାଙ୍କୁ ଅପରେସନ କରାଯାଇଥିଲା, ମହିଳାଙ୍କ ପେଟରୁ ଏକ ପଥର ସନ୍ତାନକୁ ବାହାର କରାଯାଇଥିଲା । ଯାହା ଦେଖି ସବୁ ଆଚମ୍ବିତ ହୋଇଯାଇଥିଲେ ।ଏଭଳି ଏକ ଆଶ୍ଚର୍ଯ୍ୟ- ଚକିତକର ଘଟଣା ନାଗପୁରରେ ଦେଖିବାକୁ ମିଳଛିା

ମହିଳା ଜଣକ ଗତ ୩ ବର୍ଷ ଧରି କ୍ରମାଗତ ଭାବରେ ବାନ୍ତି କରୁଥିଲେ ଏବଂ ପେଟରେ ଯନ୍ତ୍ରଣା ହେବାର ଅଭିଯୋଗ ଥିଲା । ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଡାକ୍ତରମାନେ ତାଙ୍କୁ ଔଷଧ ଦେଉଥିଲେ । ତେବେ ତାଙ୍କୁ କୌଣସି ବିଶେଷ ଆରାମ ମିଳିନଥିଲା। ଶେଷରେ, ଯେତେବେଳେ ମହିଳା ନର୍ସିଂହୋମକୁ ଯାଇ ସିଟିସ୍କାନ କଲେ, ସେତେବେଳେ ତାଙ୍କପାଦ ତଳୁ ମାଟି ଖସିଯାଇଥିଲା । କାରଣ ନସିଂହୋମରେ ସିଟି ସ୍କାନ ହେବାପରେ ଡାକ୍ତରମାନେ ତାଙ୍କ ଅନ୍ତନଳୀରେ କିଛି ପଥର ପରି ଜିନିଷ ପାଇଥିଲେ । କିନ୍ତୁ ଯେତେବେଳେ ଲାପାରୋସ୍କୋପି କରାଗଲା, ଏହା ପଥର ନୁହେଁ ବରଂ ଚାରି ମାସର ଶିଶୁ ବୋଲି ଜଣାପଡିଲା ।

Advertisement

ଏହା ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ ଏହା ଏକ ବିରଳ ଘଟଣା ଥିଲା।
ଦୁଇ ଜଣ ଡାକ୍ତର ଶୀଘ୍ର ମହିଳାଙ୍କ ଉପରେ ଅସ୍ତ୍ରୋପଚାର କରିଥିଲେ। ଏହି ଅସ୍ତ୍ରୋପଚାର ୨ ଘଣ୍ଟା ଧରି ଚାଲିଥିଲା ଏବଂ ଡାକ୍ତର ମାନେ ମହିଳାଙ୍କ ପେଟରୁ ପଥର ଶିଶୁକୁ ବାହାର କରିଥିଲେ । ବାସ୍ତବରେ, ମହିଳା ଜଣକ ଗର୍ଭବତୀ ହେବା ପରେ ୧୫ ବର୍ଷ ପୂର୍ବେ ଗର୍ଭପାତ କରିଥିଲେ କାରଣ ସେ ପିଲାପାଇଁ ପ୍ରସ୍ତୁତ ନଥିଲେ। ଏହି ସମୟରେ ଶିଶୁଟି ମହିଳାଙ୍କ ଅନ୍ତ ନଳୀରେ ଅଟକି ଯାଇଥିଲା ।

ଡାକ୍ତରୀ ଭାଷାରେ, ଏହି ପରି ପଥର ଶିଶୁକୁ ଲିଥୋପେଡିଅନ୍ କୁହାଯାଏ ଏବଂ ଗତ ୪୦୦ ବର୍ଷ ମଧ୍ୟରେ ୩୦୦ ଟି ପଥର ଶିଶୁଙ୍କ ବିଷୟରେ ରିପୋର୍ଟ ହୋଇଛି । ୧୧,୦୦୦ ଗର୍ଭପାତ କ୍ଷେତ୍ରରେ, ଏହା ଘଟେ ଯେ ଶିଶୁ ଶରୀରର ଅନ୍ୟ କୌଣସି ସ୍ଥାନରେ ଫସି ରହିଥାଏ । ଏହି ଘଟଣା ୨୦୧୭ ବର୍ଷର ଅଟେ, ଯେଉଁ ମହିଳାଙ୍କ ସହ ଏହି ଘଟଣା ଘଟିଛି ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି ।

Leave a Reply

Your email address will not be published. Required fields are marked *