Pratidin TV

Odisha's Digital News Platform

ସ୍ଵାମୀଙ୍କ ଦ୍ୱିତୀୟ ବିବାହ କରାଇଲେ ଶାଶୁ ଶଶୂର , ବୋହୂ ମାଗୁଛି ନ୍ୟାୟ…

1 min read

ସୋରଡା : ପ୍ରେମରୁ ବିବାହ, ଏଵଂ ପରେ ପ୍ରତାରଣା । ପ୍ରେମ ବିବାହର ୧୩ ବର୍ଷ ପରେ ପ୍ରତାରଣା କରିବା ସହ ଦ୍ୱିତୀୟ ବିବାହ ଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ଖବର ଅନୁଯାୟୀ ସୋରଡା ଥାନା ବୋରସିଂ ପଞ୍ଚାୟତ କଇଠ ଗୁଡା ଗ୍ରାମର ପିତବାସ ଗୌଡ଼ଙ୍କ ସାନପୁଅ ବନମାଳି ଗୌଡ଼ ୨୦୧୦ ମସିହାରେ ହିଞ୍ଜିଳିକାଟୁ ବ୍ଲକରେ ସିଲେଇ ଶିକ୍ଷା ନିମନ୍ତେ ତାଲିମ୍ ନେଉଥିବା ସମୟରେ ସେଠାରେ ତାଲିମ୍ ନେଉଥିବା ବାଦିଆମ୍ବ ଗ୍ରାମ ଉଦୟ ବାରିକଙ୍କ ଝିଅ ରେଶ୍ମା ବାରିକଙ୍କ ସଂସ୍ପର୍ଶରେ ଆସିଥିଲେ । ଉଭୟଙ୍କ ମଧ୍ୟରେ ଅଳ୍ପ କିଛିଦିନ ଭାବର ଆଦାନପ୍ରଦାନ ପରେ ଉଭୟେ ଚେନ୍ନାଇର ଏକ ସିଲେଇ ଶିଳ୍ପରେ କେନ୍ଦ୍ରରେ କାର୍ଯ୍ୟ କରିବା ସମୟରେ ମନ୍ଦିରରେ ବିବାହ କରିବା ସହ ପରବର୍ତ୍ତୀ ସମୟରେ ଓଡ଼ିଶା ଫେରିଆସି ହିଞ୍ଜିଳି କାଟୁରେ ଘର ଭଡ଼ା ନେଇ ଅବସ୍ଥାନ ସମୟରେ କୋର୍ଟରେ ରେଜିଷ୍ଟ୍ରି ବିବାହ କରିଥିଲେ ।

ପରିଣାମ ସ୍ବରୂପ ୨୦୧୩ ମସିହାରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ସ୍ଵାମୀ ବନମାଳି ଏସବୁ ଘଟଣାକୁ ଘରେ ନ ଜଣାଇ ଗୁପ୍ତ ରଖିଥିଲେ । କୌଣସି ମତେ ବନମାଳିଙ୍କ ପରିବାର ଲୋକେ ଜାଣିବା ପରେ ତାଙ୍କୁ ଗତ ମାର୍ଚ୍ଚ ୧୬ ତାରିଖରେ ନିଜ ଗ୍ରାମ କଇଠଗୁଡାକୁ ନେଇଆସି ଥିଲେ ଏବଂ ରେଶ୍ମାଙ୍କ ନିକଟକୁ ଯିବାକୁ ଦେଇ ନଥିଲେ । ଏହାପରେ ସ୍ଵାମୀଙ୍କ ଖବର ନେବାକୁ ଆସି ରେସ୍ମା କଇଠଗୁଡା ଗ୍ରାମରେ ପହଂଚିଥିଲେ ମଧ୍ୟ ଶ୍ଵଶୁରଘର ଲୋକଙ୍କ ଠାରୁ ଗାଳିଗୁଲଜ ଶୁଣିବା ସହ ଶାରୀରିକ ନିର୍ଯ୍ୟତନା ପାଇ ସେଠାରୁ ଫେରି ଥିବା ଅଭିଯୋଗ ହୋଇଛି ।

Advertisement

ସୂଚନା ପ୍ରକାରେ ବନମାଳି ଜୁନ ୨୦୨୧ ମସିହାରେ ସୋରଡା ବ୍ଲକ୍ ପାଲକାଟୁ ଗ୍ରାମର କୃଷ୍ଣ ଗୌଡ଼ଙ୍କ ଝିଅ ରାଜଶ୍ରୀ ଗୌଡ଼ଙ୍କୁ ପରିବାରଙ୍କ ସମ୍ମତିରେ ବୈଦିକ ରୀତିରେ ବିବାହ କରି ଏକ କନ୍ୟା ସନ୍ତାନର ବାପା ହେବା ଜଣାପଡିବା ଘଟଣାକଟି ରୋଚକ ମୋଡ଼ ନେବାସହ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ବର୍ତ୍ତମାନ ରେସ୍ମା ବାରିକ ନ୍ୟାୟ ପାଇବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ସମେତ ବିଭିନ୍ନ ବିଭାଗକୁ ପତ୍ର ଜରିଆରେ ଅନୁରୋଧ କରିବା ମହିଳା କଲ୍ୟାଣ ସମିତି ସଭାପତି ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ନିଜ ପୁତ୍ର ଆଦିତ୍ୟକୁ ନେଇ ନିଜ ଅଧିକାର ପାଇବା ନିମନ୍ତେ ସ୍ବାମୀ ବନମାଳି ଙ୍କ ଘରେ ପହଞ୍ଚି ଥିବା ବେଳେ ବନମାଳି ଘରେ ନଥିବା ଜଣାପଡ଼ିଛି । ସୁରକ୍ଷା ନିମନ୍ତେ ସୋରଡା ପୋଲିସକୁ ଖବର କରିବା ସହ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବନମାଳିଙ୍କ ଘରେ ଧାରଣା ଦେବାକୁ ରେଶ୍ମା ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *