Pratidin TV

Odisha's Digital News Platform

୬ମାସର ଝିଅକୁ କୋଳରେ ଧରି ୧୬ ତାଲା ବିଲ୍‌ଡିଂରୁ ଡେଇଁପଡିଲା ମାଆ……

1 min read

ନୂଆଦିଲ୍ଲୀ ; ୬ ମାସର ନବଜାତ ଝିଅକୁ ଧରି ୧୬ ମହଲାରୁ ଡେଇଁପଡିଲେ ମହିଳା । ରାଜଧାନୀ ଦିଲ୍ଲୀରେ ଘଟିଛି ଏହିି ହୃଦୟ ବିଦାରକ ଘଟଣା । ମୃତ ମହିଳା ଜଣଙ୍କ ହେଉଛନ୍ତି ସାରିକା । ତେବେ କେଉଁ କାରଣ ପାଇଁ ସେ ନିଜ ସହ ୬ମାସ ଛୁଆର ଜୀବନ ନେଲା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସାରିକା କିଛି ଦିନ ହେବ ମାନସିକ ଅବସାଦରେ ରହୁଥିଲେ । ମୃତ ମହିଳାଙ୍କ ଭାଇ ପୋଲିସ୍ ଆଗରେ କିଛି ଏଭଳି ବାୟାନ ଦେଇଥିବା ଜଣାପଡିଛି । ଏହି ଘଟଣା ପରେ ପୋଲିସ ଘର ପାଖ ପଡୋଶୀଙ୍କୁ ପଚରା ଉଚୁରା କରିବା ସହ ସାରିକାଙ୍କ ମୋବାଇଲ କଲ୍ ଡିଟେଲ୍ସ ସବୁ ଯାଞ୍ଚ କରୁଛି । ତେବେ ଏନେଇ ମହିଳାଙ୍କ ସ୍ୱାମୀଙ୍କୁ ଖବର ମଧ୍ୟ ଦିଆଯାଇଛି ।

ସୂଚନା ମୁତାବକ ରାଜଧାନୀ ଦିଲ୍ଲୀର ଗ୍ରେଟର ନୋଏଡାରେ ସାରିକା ନାମ୍ନୀ ୩୩ ବର୍ଷୀୟା ମହିଳା ନିଜ ୪ ବର୍ଷର ପୁଅ ଓ ୬ ମାସର ଝିଅ ସହ ରହୁଥିଲେ । ତାଙ୍କ ନିକଟରେ ତାଙ୍କ ମା’, ଭାଇ ବି କିଛି ଦିନ ହେବ ଆସି ରହୁଥିଲେ । ମହିଳାଙ୍କ ସ୍ୱାମୀ ଆମେରିକାରେ ଚାକିରି କରନ୍ତି । ମହିଳା ଜଣକ କିଛି ଦିନ ପୂର୍ବରୁ ନିଜ ୪ ବର୍ଷ ପୁଅର ଜନ୍ମ ଦିନ ବେଶ୍ ଧୁମଧାମରେ ପାଳନ କରିଥିଲେ । ଆଉ ଏହି ଜନ୍ମଦିନ ପାର୍ଟିରେ ତାଙ୍କ ଶାଶୁ ଘର ଲୋକ ବି ସାମିଲ ହୋଇଥିଲେ । ସବୁକିଛି ଠିକ ଚାଲିଥିବା ବେଳେ ଘଟିଲା ଏଭଳି କିଛି ଘଟଣା । ମଙ୍ଗଳବାର ରାତି ୧୨ଟା ବେଳେ ନିଜ ରୁମ୍‌ରୁ ଝିଅକୁ ଧରି ବାହାରକୁ ଆସିଥିଲେ ସାରିକା । ଏହାପରେ ୬ ମାସର ଝିଅକୁ ଧରି ୧୬ ମହଲା ତଳକୁ ଡେଇଁ ପଡ଼ିଥିଲେ ।

Advertisement

ଏହାଦେଖି ସ୍ଥାନୀୟ ଲୋକେ ଉଭୟଙ୍କୁ ଶୀଘ୍ର ନିକଟସ୍ଥ ମେଡିକାଲ ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ହେଲେ ଏହି ଜୀବନ ହାରିବା ପଛର କାରଣ କଣ କେହି ଜାଣି ପାରି ନାହାନ୍ତି । ସ୍ୱାମି ସ୍ତ୍ରୀ ଶାଶୁ ଘର ସହ ସମ୍ପର୍କ ଭଲ ଥିବା ବେଳେ ସାରିକା ଏଭଳି ଚରମ ନିଷ୍ପତି ନେବା ଘଟଣାକୁ ସହଜରେ କେହି ଗ୍ରହଣ କରୁପାରୁ ନାହାନ୍ତି । ଗତ କିଛି ଦିନ ତଳେ ଜଣେ ମହିଳା ନିଜ ପୁଅକୁ ହତ୍ୟା କରି ମୃତଦେହକୁ ସୁଟ୍‌କେଶ୍‌ରେ ନେଇ ଯାଉଥିବା ଖବର ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏବେ ପୁଣି ଥରେ ଏକ ଛାତିଥରା ଘଟଣା ସାମନାକୁ ଆସିଛି । ମହିଳାଜଣକ ନିଜ ୬ ମାସର ଝିଅକୁ ଧରି ୧୬ ମହଲାରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ସେପଟେ ମାଆକୁ ଖୋଜୁଛି ତାର ୪ ବର୍ଷ ପୁଅ । ଏଭଳି ଆତ୍ମହତ୍ୟ ପଛର କାରଣ କଣ ତାର ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *