Pratidin TV

Odisha's Digital News Platform

୪ ପିଲାଙ୍କୁ ଧରି କୂଅକୁ ଡେଇଁଲା ମାଁ ..

1 min read

ମଧ୍ୟପ୍ରଦେଶ : ପାରିବାରିକ କଳହ ଯେ ଏତେ ଭୟଙ୍କର ହୋଇପାରେ ତାହା ନିକଟରେ ଦେଖିବାକୁ ମିଳିଛି । ନିଜର ୪ ଜଣ ସନ୍ତାନଙ୍କୁ ଧରି କୁଅକୁ ଡେଇଁ ପଡିଛି ଜଣେ କଠୋର ହୃଦୟୀ ମା । ଏଭଳି ଏକ ହୃଦୟବିଦାରକ ଘଟଣା ମଧ୍ୟପ୍ରଦେଶ ବୁରହାନପୁରରେ ଘଟିଛି ।

ଖବର ଅନୁ୍‌ଯାୟୀ ମଦ୍ୟପ୍ରଦେଶର ବୁରହାନପୁର ଜିଲ୍ଲା ମୁଖ୍ୟାଲୟଠାରୁ ପ୍ରାୟ ୬୦ କିଲୋମିଟର ଦୂର ବାଲନ୍ଦୀ ଗାଁରେ ଏଭଳି ଘଟଣା ଘଟିଛି । ସମୃକ୍ତ ମହିଳା ଜଣଙ୍କ ସ୍ୱାମୀଙ୍କ ସହ ଝଗଡା କରିବା ପରେ ରାଗରେ ନିଜ ୪ ଛୁଆଙ୍କୁ ଧରି କୂଅକୁ ଡେଇଁପଡିଥିଲେ । ରାଗରେ ସିନା ସେ ଏଭଳି ପଦକ୍ଷେପ ଉଠାଇଥିଲେ କିନ୍ତୁ ମୃତ୍ୟୁକୁ ଅତି ନିକଟରୁ ଦେଖି ସେ ଡରିଯାଇ କୂଅକୁ ଓହଳିଥିବା ଏକ ରଶିକୁ ଧରି ବର୍ତ୍ତିଯାଇଥିଲେ । ମାତ୍ର ୪ ପିଲାଙ୍କ ମଧ୍ୟରୁ ସେ ୭ ବର୍ଷର ଝିଅକୁ ହିଁ ବଞ୍ଚାଇ ପାରିଥବାବେଳେ ଅନ୍ୟ ୩ ଜଣ ଶିୁି କୂଅରେ ପଡି ପ୍ରାଣହରାଇଥିଲେ ।

Advertisement

ମୃତ ଶିଶୁମାନଙ୍କ ମଧ୍ୟରେ (୫ ବର୍ଷର ଓ ୩ ବର୍ଷର ୨ ଝିଅ ଏବଂ ୧୮ ମାସର ଗୋଟେ ପୁଅ )ରହିଛନ୍ତି । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶିଶୁମାନଙ୍କୁ ପୋଷ୍ଟମାର୍ଟମ ପାଇଁ ପଠାଇବା ସହ ସେଠାରେ ତଦନ୍ତ ଆରମ୍ଭ କରିଦେଇଛି।

Leave a Reply

Your email address will not be published. Required fields are marked *