ପୁଅ ପ୍ରେମ ବିବାହରେ ବଳି ପଡିଲା ମା’ , ଘରେ ପଶି ପୁଅ-ବୋହୂକୁ ଆକ୍ରମଣ କଲେ ମା’କୁ ମାରି ଚାଲିଗଲେ ।
1 min readଜଗତସିଂହପୁର ; ଜଗତସିଂହପୁର ଜିଲ୍ଲା ବାଲିକୁଦା ଓଗରପୁର ଗ୍ରାମରେ ଚାଞ୍ଚଲ୍ୟ । ଦୃର୍ବୁତ୍ତ ଙ୍କ ଆକ୍ରମଣ ରେ ମା ମୃତ ,ପୁଅ ବୋହୁ ଗୁରୁତର । ସୋମବାର ବିଳମ୍ବିତ ରାତ୍ରି ରେ କିଛି ଦୃର୍ବୁତ୍ତ ମାନିଆ ବିଶ୍ୱାଳଙ୍କ ଘରେ ଜୋରଜବର ଦସ୍ତ ପଶି ମାନିଆ ଏବଂ ତାର ପୁଅ ସିଲୁ ଓ ବୋହୁକୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ । ମା’ମାନିଆ ପ୍ରତିବାଦ କରିବାରୁ ଦୃବୁତଙ୍କ ଆକ୍ରମଣ ରେ ଘଟଣାସ୍ଥଳ ରେ ମା ମାନିଆ ର ମୃତ୍ୟୁ ହୋଇଥିବା ବେଳେ ପୁଅ ସିଲୁ ଓ ତାର ସ୍ତ୍ରୀ ଗୁରୁତର ହୋଇ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର ହୋଇଛନ୍ତି ।
ସୂତ୍ରରୁ ଖବର ପାଇ ପୋଲିସ ଶବ କୁ ଜବତ କରି ନିଜ ହେପାଜତରେ ରଖିଛି । ଖବର ନେବାରେ ଜଣାପଡୁଛି ଗତ କିଛି ମାସ ତଳେ ମାନିଆ ର ପୁଅ ସିଲୁ ଭଲ ପାଇ ଗୋଟେ ଝିଅ କୁ ଘରକୁ ଆଣି ବିବାହ ହୋଇଥିଲା । ଝିଅ ଘର ପରିବାର ଏହାକୁ ବିରୋଧ କରୁଥିଲେ । ଏବଂ ସେହି ରାଗରେ ଏଭଳି ଅଘଟଣା ଘଟାଇଥିବା ନେଇ ସନ୍ଦେହ ବଢିଛି ।