Pratidin TV

Odisha's Digital News Platform

ମା’ ନୁହେଁ ସେ ରାକ୍ଷସୀ : ଦେଢ଼ ମାସର ଝିଅକୁ ତଣ୍ଟିଚିପି ହତ୍ୟାକଲା ……..

1 min read

ଆଳି : ନୃଶଂସ ମା’ ନିଜ ଜନ୍ମକଲା କଅଁଳା ଶିଶୁର ଜୀବନ ନେଇଗଲା । ସତରେ ସେ ମା ନୁହେଁ ରାକ୍ଷସୀ । ଯେଉଁ ମା ୯ ମାସର ଗର୍ଭଯନ୍ତ୍ରଣା ସହି ପିଲାକୁ ଜନ୍ମ ଦେଇଥିଲା ଆଜି ସେଇ ମା’ ନିଜ ହାତରେ ପିଲାର ଜୀବନ ନେଇଯାଇଛି । ଜନ୍ମଦାତ୍ରୀ ସାଜିଲା ହତ୍ୟାକାରୀ ।

ରାତିରେ ପୁଅ ଓ ଝିଅକୁ ନେଇ ଶୋଇଥିବା ମା ରାତିରେ ଶୋଇଥିବା ବେଳେ ଦେଢ଼ ମାସର ଝିଅକୁ ମା ମାରିଦେଇଥିବା ନେଇ ଅଭିଯୋଗ ଆଣିଛନ୍ତି ମୃତ ଶିଶୁର ଜେଜେ ମା । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ପଦନୀପାଳ ଗ୍ରାମରେ । ଗ୍ରାମର ବାସନ୍ତୀ ମହାନ୍ତି ଆଣିଥିବା ଅଭିଯୋଗ ଅନୁଯାୟୀ ତାଙ୍କ ପୁଅ ଅମୀୟ ମହାନ୍ତି ନୂଆଦିଲ୍ଲୀରେ ପାଣି ପାଇପ୍ ମିସ୍ତ୍ରୀ ଭାବେ କାମ କରନ୍ତି । ଘରେ ବୁଢା ବୁଢୀ , ୩ ବର୍ଷର ନାତୀ , ଦେଢ ମାସର ନାତୁଣୀ ଏବଂ ବୋହୂ ରଶ୍ମିତା ରୁହନ୍ତି । ପୂର୍ବରୁ ଅନେକଥର ରଶ୍ମିତା ପାଟିତୁଣ୍ଡ କରିବା ସହ ଶାଶୁ ଶଶୁରଙ୍କୁ ମାରପିଟ୍ କରିବାକୁ ପଛାନ୍ତିନି । ଏପରିକି ମାସକ ପୂର୍ବରୁ ଅମୀୟ ଘରକୁ ଆସିଥିବାବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ରଶ୍ମିତା ରାଗିଯାଇ ସ୍ୱାମୀଙ୍କ ଆଙ୍ଗୁଠିକୁ କାମୁଡି ଦେଇଥିଲେ ।

Advertisement

ଗତକାଲି ରାତିରେ ୩ ବର୍ଷର ପୁଅ ଆୟୁଷ ଓ ଦେଢମାସର ଝିଅ ତ୍ରୀଶାଙ୍କ ସହ ରଶ୍ମିତା ଶୋଇଥିଲେ । ସକାଳେ ଉଠି ଜେଜେମା ନାତୁଣୀ ତ୍ରୀଶାଙ୍କ ପାଖକୁ ଯାଇ ତାକୁ ଉଠାଇଥିଲେ ମାତ୍ର ତ୍ରୀଶା ନିରବ ଥିବା ସହ ତା ନାକରୁ ରକ୍ତ ବାହାରୁଥିବାର ଦେଖି ଜେଜେମା ଡରିଯାଇଥିଲେ । ଏହାପରେ ସେ ତୁରନ୍ତ ନାତୁଣୀକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ନାତୁଣୀକୁ ମୃତ ଘୋଷଣା କରିଥିଲେ । ଏହାପରେ ସେ ତୁରନ୍ତ ଆଳି ଥାନାକୁ ଆସି ବୋହୂ ରଶ୍ମିତା ନାଁରେ ଅଭିଯୋଗ କରିଛନ୍ତି ଯେ ସେ ବୋହୂ ରଶ୍ମିତା ହିଁ ନିଜ ଦେଢ ମାସର ଶିଶୁକୁ ହତ୍ୟା କରିଛି । ଆଳି ଥାନା ଏଏସଆଇ ଦିଲ୍ଲୀପ ସାହୁ କହିଛନ୍ତି ଯେ ଆମେ ରଶ୍ମିତାଙ୍କୁ ଅଟକ ରଖି ପଚରା ଉଚରା ଚଲାଇଛୁ । ଖୁବଶୀଘ୍ର ସତ ଘଟଣା ସାମ୍ନାକୁ ଆସିବ ।

Leave a Reply

Your email address will not be published. Required fields are marked *