Pratidin TV

Odisha's Digital News Platform

ମାଆ ନାଁରେ କଳଙ୍କ,୪ବର୍ଷର ଝିଅକୁ ମାରି ପୋଖରୀ ନିକଟ ମାଟିରେ ପୋତିଦେଲା ନୃଶଂସ ମାଆ

1 min read

ଜନ୍ମ କଲା ମାଆ ସାଜିଲା ପିଶାଚୀ । ରାଗ ଏବଂ ଲୋଭରେ ନିଜ ଛୁଆଙ୍କୁ ବି ରାସ୍ତାରୁ ହଟାଇବାକୁ ପଛାଉ ନାହାନ୍ତି । ପୁଣି ଦେଖିବାକୁ ମିଳିଲା ଏକ ନୃଶଂସଙ୍କ ଘଟଣା । ୪ ବର୍ଷର ଶିଶୁକନ୍ୟାକୁ ନିଜ ହାତରେ ହତ୍ୟା କରି ଜଙ୍ଗଲରେ ପୋତିଦେଲା ପିଶାଚୀ ମାଆ । କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମରେ ଘଟିଛି ଏଭଳି ଅମାନବୀୟ ଘଟଣା । ଶନିବାର ଦିନ ଘଟଣା ଘଟିଥିବା ବେଳେ ଆଜି ସାମ୍ନାକୁ ଆସିଛି ଏହାର ସତ୍ୟତା । ପୁଲିସ ଗାଁ ନିକଟ ଆରଗାଡ଼ି ଜଙ୍ଗଲରେ ମାଟି ତଳୁ ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭକରିଛିି । ଏନେଇ ନମ୍ବର ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମା’ ପଦ୍ମିନୀ ଦଣ୍ଡିଆଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ମୃତକ ଶିଶୁକନ୍ୟା ହେଲା ସୁରେଖା ଦଣ୍ଡିଆ । ତେବେ ହତ୍ୟାକାଣ୍ଡ ପଛର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନଥିଲେ ମଧ୍ୟ ପାରିବାରିକ କଳହରୁ ଏଭଳି ଘଟିଥିବା ଶୁଣିବାକୁ ମିଳିଛି ।

ସୂଚନାମୁତାବକ,୨୦୧୮ ମସିହାରେ ରାକେଶ ଦଣ୍ଡିଆ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ ପଦ୍ମିନୀ । ବିବାହର କିଛି ବର୍ଷ ପରେ ଦୁହିଁଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ପ୍ରଥମେ ସବୁକିଛି ଠିକ ଠାକ ଚାଲିଥିବା ହଠାତ ଉଭୟଙ୍କ ଦାମ୍ପତ୍ୟ ଜୀବନରେ କଳହ ଆରମ୍ଭ ହୋଇଯାଇଥିଲା । ଛୋଟଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ୪ ବର୍ଷ ତଳେ ନିଜ ଝିଅକୁ ଧରି ପଦ୍ମିନୀ ନିଜ ବାପଘରକୁ ଚାଲି ଆସିଥିଲେ । ତେବେ ଗତ ଶନିବାର ପଦ୍ମିନୀ ନିଜ ଝିଅ ସୁରେଖାକୁ ନେଇ କେଉଁଆଡ଼େ ଚାଲି ଯାଇଥିଲେ । ପରେ ଝିଅ ଘରକୁ ଫେରିଥିବା ବେଳେ ସାଙ୍ଗରେ ନାତୁଣିକୁ ନଥିବା ଦେଖି ପଦ୍ମିନୀଙ୍କ ବାପା ବିପିନ ପ୍ରଶ୍ନ କରିଥିଲେ । ନାତୁଣୀ ନଥିବା ଦେଖି ଖୋଜାଖୋଜି କରିଥିଲେ । କିନ୍ତୁ ନାତୁଣୀ କିଛି ଖୋଜଖବର ମିଳି ନଥିଲା । ପରେ ଝିଅକୁ ହତ୍ୟା କରି ପୋତି ଦେଇଛି ବୋଲି ପଦ୍ମିନୀ ଉତ୍ତର ଦେଇଥିଲେ । ଏ ସପଂର୍କରେ ବିପିନ ପୁଲିସକୁ ଜଣାଇଥିଲେ । ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣାସ୍ଥଳରେ ଜଙ୍ଗଲରେ ପହଞ୍ଚିଥିଲା । ଜଙ୍ଗଲ ଭିତରେ ଥିବା ପୋଖରୀ ନିକଟ ମାଟି ତଳୁ ସୁରେଖାର ମୃତଦେହ ଜବତ କରାଯାଇଥିଲା । ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *