Pratidin TV

Odisha's Digital News Platform

ପ୍ରେମ ଆଗରେ ହାର ମାନିଲା ମମତା, କୁନି ଶିଶୁକୁ ଅନ୍ୟ ହାତରେ ଦେଇ ଫେରାର ହେଲା ମା’…

1 min read

ଖୋର୍ଦ୍ଧା: ପ୍ରେମ କରିଦେଲା ବାୟା । ବିବାହିତ ବୋଲି ଭୁଲିଗଲେ ମହିଳା । ଖାଲି ସ୍ତ୍ରୀ ନୁହେଁ ସେ ଥିଲା ଜଣେ ମା । ପର ହାତରେ ନିଜ ତିନି ମାସର ଛୁଆକୁ ଟେକି ଦେଇ ଚାଲିଗଲା ମା । ଏତେ ହୃଦୟ ହୀନ ସେ କେମିତି ହୋଇପାରିଲା? ବର୍ଷେ କି ଦୁଇ ବର୍ଷ ନୁହେଁ ମାତ୍ର ତିନି ମାସର ଥିଲା ଛୁଆ । ୧୦ ମାସ ୧୦ ଦିନ ଧରି ଗର୍ଭରେ ରଖି କୁନି ଝିଅକୁ ଜନ୍ମ କରିଥିଲା । ଶେଷରେ ତାକୁଛାଡି ପଳାଇଲା । ହେଲେ ତିନି ମାସର ନିଷ୍ପାପ ଶିଶୁଟି ବା କେମିତି ଜାଣିବ ତାର ମା’ ତାକୁ ପର କରିଦେଇଛି । ଭୋକ ହେଲେ କାନ୍ଦୁଛି । ଆଉ କ୍ଷୀର ପିଇ ପେଟ ଶାନ୍ତି ହୋଇଗଲେ ଆପେ ଆପେ ତୁନି ହୋଇଯାଉଛି । ଅଜ୍ଞାତ ଶିଶୁଟି ନା କିଛି ବୁଝିପାରୁଛି ନା ତାର ପାଟି ଫିଟୁଛି । କିନ୍ତୁ ଯିବା ପୂର୍ବରୁ ଏଇ ନିରିହ ଶିଶୁଟିର ମୁହଁକୁ ଟିକେବି ଚାହିଁଲାନି ନିର୍ଦୟୀ ମା । ମା ସିନା ପର କରିଦେଲା ବର୍ତ୍ତମାନ ଶିଶୁକୁ କୋଳେଇ ନେଇଛନ୍ତି ପଡୋଶୀ । ଭୋକ ହେଲେ କ୍ଷୀର ବୋତଲକୁ ଶିଶୁର ପାଟିରେ ଦେଇ ଭୋକ ମେଣ୍ଟାଇ ଦେଉଛନ୍ତି । ଆଉ ସେହି ପଡୋଶୀ କୋଳକୁ ନିଜ ମା କୋଳ ଭାବି ଶିଶୁଟି ମଧ୍ୟ ଚୁପ ହୋଇ ଯାଉଛି । ଘଟଣାକୁ ତିନିଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଜ ଛୁଆ ପାଖକୁ ଆସିଲାନି ମା’ ।


ହଁ ଆଜ୍ଞା ଏପରି ଦୁଖଃଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧାଜିଲ୍ଲା ବୋଲଗଡ଼ ବ୍ଲକ କଳାଙ୍ଗ ପଂଚାୟତ ମାଳିସାହି ଗାଁରେ । ସେହି ଗାଁର ରୋଜାଲିନ ସେଠୀ ନାମକ ଜଣେ ଅଙ୍ଗନବାଡି କର୍ମୀ ସହକର୍ମୀ ମଞ୍ଜୁଲତା ସିଂଙ୍କ ସହ ନିଜ ୩ମାସର ଶିଶୁକନ୍ୟାକୁ ଧରି କିଛି କାମରେ ବୋଲଗଡ ବଜାର ଆସିଥିଲେ । ସେଠାରେ ପହଞ୍ଚିବା ପରେ ନିଜ ଛୁଆକୁ ସହକର୍ମୀଙ୍କୁ ଧରାଇ ଦେଇ କେଉଁ ସମ୍ପର୍କୀୟଙ୍କୁ ଦେଖା କରିବାକୁ କହି ଚାଲିଗଲେ । ଏଣେ ବହୁ ସମୟ ଛୁଆକୁ ଧରି ଅପେକ୍ଷା କରିଥିଲେ ସହକର୍ମୀ ମଞ୍ଜୁଲତା । ହେଲେ ରୋଜାଲିନ ଆଉ ନ ଫେରିବାରୁ ଛୁଆକୁ ଧରି ରୋଜାଲିନଙ୍କ ଘରକୁ ଆସିଥିଲେ ମଞ୍ଜୁଲତା । ହେଲେ ଘରେ ପହଞ୍ଚି ଘଟଣା ବିଷୟରେ ଜଣାଇବା ପରେ ତାଙ୍କ ଠାରୁ ଛୁଆକୁ ନେବାକୁ ମନା କରିଦେଇଥିଲେ ପରିବାର । ଯାହାକୁ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ମଞ୍ଜୁଲତା । ପରେ ଛୁଆଟିକୁ ନିଜ ପାଖରେ ରଖି ବୋତଲ କ୍ଷୀର ଦେଇ ତାର ଭୋକ ମେଣ୍ଟାଉଥିଲେ । କିନ୍ତୁ ଶିଶୁକୁ ମା ପର କରିଦେଇଥିବା ବେଳେ ପରିବାର ମଧ୍ୟ ଦୂରେଇ ଦେଲା ତାହା ଭାବି ଚିନ୍ତାରେ ପଡିଗଲଲେ ମଞ୍ଜୁଲତା ଓ ପାଖ ପଡୋଶୀ ।

Advertisement


ସେପଟେ ରୋଜାଲୀନଙ୍କ ସ୍ୱାମୀ ପ୍ରମୋଦ ଘଟଣା ସମ୍ପର୍କରେ ଜାଣିବା ପରେ ରୋଜାଲିନଙ୍କୁ ବହୁ ଖୋଜା ଖୋଜି କରିଥିଲେ । ଆଉ ସ୍ତ୍ରୀକୁ ନପାଇ ଥାନାରେ ଏତଲା ଦେଇଥିଲେ । କିନ୍ତୁ କୁନି ଶିଶୁକୁ ନିଜ ବାପା ପ୍ରମୋଦ ମଧ୍ୟ ଗ୍ରହଣ କରିବାକୁ ନାରାଜ ହୋଇଥିଲେ । ଯାହା ସମସ୍ତଙ୍କୁ ଆହୁରୀ ଆଶ୍ଚର୍ଯ୍ୟ ଚକିତ କରିଛି । ଏଭଳି ସ୍ଥିତିରେ ମଞ୍ଜୁଲତା ଶିଶୁକନ୍ୟାକୁ ନେଇ ବୋଲଗଡ଼ ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ଦେଇଥିଲେ । ତାଙ୍କ ଅଭିଯୋଗ ଆଧାରରେ ବୋଲଗଡ଼ ପୋଲିସ ମାମଲା ରୁଜୁ କରିବା ସହ ଶିଶୁକନ୍ୟାଟିକୁ ସିଡବ୍ଲୁସିକୁ ହସ୍ତାନ୍ତର କରିଛି ।

Leave a Reply

Your email address will not be published. Required fields are marked *