Pratidin TV

Odisha's Digital News Platform

ମା’ ଭୁଲିଗଲା ମମତା: ଲଟା ବୁଦା ଭିତରୁ ଉଦ୍ଧାର ହେଲା ନବଜାତ

1 min read

ଭୁବନେଶ୍ୱର: ମା ଓ ଶିଶୁ ମଧ୍ୟରେ ରହିଥିବା ନିବିଡ଼ ସମ୍ପର୍କ କାହାକୁ ଅଛପା ନାହିଁ । ୧୦ ମାସ ଗର୍ଭରେ ରଖି ଶିଶୁଟି ବଡ଼ ହେବା ପର‌୍ୟ୍ୟନ୍ତ ମା ତା ଜୀବନର ସବୁକିଛି ଶିଶୁ ପାଇଁ ଉତ୍ସର୍ଗ କରିଦେଇଥାଏ । ମାଆ ନିଜ ଶିଶୁ ପୁତ୍ରକୁ ଅବୈଧ ଜନ୍ମ କରି ଏକ ସ୍ଥାନରେ ଲଟାବୁଦା ନିକଟରେ ଛାଡ଼ି ଚାଲିଯିବା ପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ବାଇଗାଁ ଗ୍ରାମରେ । ସୂଚନାଯୋଗ୍ୟ ବାଇଗାଁ ସରକାରୀ ଆଶ୍ରମ ସ୍କୁଲ ପାଖରେ ଜଣେ ଗର୍ଭବତୀ ମହିଳା ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଗୋଟିଏ ଶିଶୁପୁତ୍ର ଜନ୍ମ କରି ଏକ ଲଟାବୁଦା ଥିବା ନିର୍ଜନ ସ୍ଥାନରେ ଛାଡ଼ି ଚାଲିଯାଇଥିଲା ।

ସ୍କୁଲ ପାର୍ଶ୍ୱରେ ଥିବା ଲଟାବୁଦା ମଧ୍ୟରୁ ଶିଶୁଟିର କାନ୍ଦିବା ଶୁଣି ବାଇଗାଁର ଜଣେ ମହିଳା ଚମ୍ପା ତନ୍ତି ଶିଶୁ ପୁତ୍ରକୁ ଉଦ୍ଧାର କରିଥିଲା । ଏହି ସମୟ ମଧ୍ୟରେ ଶିଶୁଟିକୁ ପିମ୍ପୁଡ଼ି ବେଢି ଯାଇଥିଲା । ଶିଶୁପୁତ୍ରର ଶରୀରର କେତେକ ସ୍ଥାନରେ କ୍ଷତ ମଧ୍ୟ ହୋଇଥିଲା । ମହିଳା ଚମ୍ପା ତନ୍ତି ଲଟାବୁଦା ମଧ୍ୟରୁ ଶିଶୁଟିକୁ ଯତ୍ନର ସହ କାଢ଼ି ନିଜ ଘରକୁ ନେଇ କରି ସଫା ସୁତୁରା କରି ରଖିଥିଲା । ବାଇଗାଁ ନିକଟ ଦାଢ଼ିଆଗୁଡ଼ା ଗ୍ରାମରେ ନିଜ ସମ୍ପର୍କୀୟ ଘରେ ରଖି ସେ ଶିଶୁଟିର ଯତ୍ନ ନେଇଥିଲା । ଶିଶୁପୁତ୍ରକୁ ଦେଖିବାକୁ ଦାଢ଼ିଆଗୁଡ଼ା ଠାରେ ସନ୍ଧ୍ୟାରେ ପ୍ରବଳ ଜନ ଗହଳି ହୋଇଥିଲା ।

Advertisement

ଅବୈଧ ଶିଶୁପୁତ୍ର ଜନ୍ମ କରି ଚାଲିଯାଇଥିବା ମହିଳାକୁ ଠାବ କରାଯାଇ ନଥିଲେ ସୁଦ୍ଧା ମହିଳା ଜଣକ ସେହି ନିକଟ ଅଞ୍ଚଳର ବୋଲି ଆଲୋଚନା ହେଉଛି । ତେବେ ଜଣେ ଶିଶୁପୁତ୍ରକୁ ଗର୍ଭରେ ୧୦ ମାସ ଧରି କିପରି ଜଣେ ମାଆ ଏପରି ମାନବିକତା ହରାଇ ସମାଜ ପାଇଁ ଏକ କଳଙ୍କ ଅଧ୍ୟାୟ ସୃଷ୍ଟି କରିଛି । ତାହା ବାଇଗାଁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରିକ୍ଷା କରାଇ ନବରଙ୍ଗପୁର ଜିଲ୍ଲା ଶିଶୁ ଯତ୍ନ ଗୃହରେ ଛଡା ଯାଇଥିବା ଥାନା ସୁତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *