Pratidin TV

Odisha's Digital News Platform

ନବଦୟ ସ୍କୁଲରେ ଝୁଲିଲା ତାଲା ; ମା’ ମାଗିଲା ଝିଅ ମୃତ୍ୟୁର ନ୍ୟାୟ

1 min read

ମୋହନା : ନବମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ ପରେ ହତ୍ୟା । ଦୀର୍ଘ ୮ ମାସ ବିତିଯାଇଥିଲେ ମଧ୍ୟ ପ୍ରଶାସନ ଗ୍ରହଣ କରୁନାହିଁ କାର୍ଯ୍ୟାନୁଷ୍ଠାନ । ଏନେଇ ଆଜି ମୃତ ଛାତ୍ରୀ ସୌଦାମିନି ରଇତଙ୍କ ମା ସୁଜ୍ଞାନୀ ଝିଅ ପଢୁଥିବା ଜବାହରଲାଲ୍ ନବୋଦୟ ବିଦ୍ୟାଳୟ ଗେଟ୍‌ରେ ତାଲା ଝୁଲାଇ ନ୍ୟାୟ ଭିକ୍ଷା କରିଛନ୍ତିା ଏଭଳି ଏକ ଅଭାବନୀୟ ଘଟଣା ଗଜପତି ଜିଲ୍ଲା ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବେତାଗୁଡାରେ ।

ସମୃକ୍ତ ଅଞ୍ଚଳର ସୌଦାମିନି ନାମକ ମେଧାବୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗରେ ଦୀର୍ଘ ମାସ ହେବ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏନେଇ ମୃତ ନାବାଳିକାଙ୍କ ମା ଆଜି ନବୋଦୟ ସ୍କୁଲରେ ତାଲା ପକାଇ ଧାରଣା ଦେଇଛନ୍ତି । ୨୦.୦୨.୨୦୨୩ ରେ ସୌଦାମିନିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା ।

Advertisement

ତେବେ ଝିଅର ମୃତ୍ୟୁରେ ସ୍କୁଲ କତ୍ତୃପକ୍ଷଙ୍କ ହାତଥିବା ନେଇ ମା ଅଭିଯୋଗ କରିଥିଲେ ମଧ୍ୟ , ସମୃକ୍ତ ଘଟଣା ଉପରୁ ବର୍ତ୍ତମାନ ସୁଦ୍ଧା ପରଦା ଉଠିପାରି ନାହିଁ । ତେବେ ଦେଖିବା ବାକି ରହିଲା ଯେ ମୃତ ସୌଦାମିନି ଏବଂ ତାଙ୍କ ମାଙ୍କୁ କେବେ ନ୍ୟାୟ ମିଳୁଛି ?

Leave a Reply

Your email address will not be published. Required fields are marked *