ରାସ୍ତା ପାଖରେ ମା ବିକୁଥିଲା ପଇଡ଼ , ହଠାତ ଆସି ସରପ୍ରାଇଜ ଦେଲା ଯବାନ ପୁଅ..
1 min readଜିବନର ଦୋ ଛକିରେ ଛିଡା ହୋଇଥିଲେ ସିଏ । ହେଲେ ପୁଅରକୁ ସ୍ବପ୍ନ ଆକାଶରେ ଉଡେଇବାକୁ ସଞ୍ଚୁଥିଲା ଡେଣା । ଦିନ ଗଡିଯାଉଥିଲା, ହେଲେ ଗରିବୀ ର ତାଡନା ଭିତରେସ୍ବପ୍ନ ଧୀରେ ଧୀରେ ଦବି ଯାଉଥିଲା । ଦୋହଲି ଯାଇଥିଲା ଘରର ମେରୁଦଣ୍ଡ । ପୁଅ କୁ ବଡ଼ ମଣିଷ କରିବା ପାଇଁ ରାସ୍ତା ରେ ବିକୁଥିଲେ ପଇଡ଼ ।କାରଣ ସେ ପା ମାଆ। ସମୟ ଓ ପରିସ୍ଥିତିରେ ଦୁନିଆର ସବୁ ସଂପର୍କ ହାରିଯାଇ ପାରେ କିନ୍ତୁ ମାଆ କେବେ ହାରେ ନାହିଁ । ଯେତେ କଷ୍ଟ ଯନ୍ତ୍ରଣା ହେଲେ ବି ମା’ର ମମତା କେବେ ମରେ ନାହିଁ । ନିଜେ ସିନା ପେଟରେ ଓଦା କପଡା ପକାଇ ଶୋଇ ଯିବ କିନ୍ତୁ ପିଲା ମୁହଁରେ ଦାନା ଦେବା ପାଇଁ ସେ ସବୁ ପ୍ରକାର ପରିସ୍ଥିତିର ସାମ୍ନା କରିପାରେ । ନିଜ ସୁଖ କୁ ପଛରେ ପକାଇ ପୁଅର ସ୍ବପ୍ନ ପୂରଣ କରିବାରେ ଲାଗିପଡ଼ିଲେ ।ଶେଷରେ ଆଜି ସେଇ ପୁଅ ଫୌଜୀ ହୋଇ ମାଆ କୁ ଦେଇଛି ସରପ୍ରାଇଜ ଯାହାର ଭିଡିଓ ଏବେ ଭାଇରଲ ହୋଇଛି ।
ଭିଡିଓରେ ଦେଖିପାରିବେ, ଜଣେ ମହିଳା ରାସ୍ତାକଡରେ ପଇଡ ବିକ୍ରି କରୁଛନ୍ତି। ସେହି ସମୟରେ ୨ ଜଣ ଗ୍ରାହକ ଆସି ପଇଡ କିଣି ପିଉଛନ୍ତି । ଠିକ୍ ସେହି ସମୟରେ ମୁହଁରେ ମାସ୍କ ଲଗାଇ ଜଣେ ସୈନିକ ଆସୁଛନ୍ତି । ମହିଳାଙ୍କୁ ପଇଡ ଦେବା ପାଇଁ କହୁଛନ୍ତି । ମହିଳା ଜଣକ ପଇଡ ସୈନିକଙ୍କୁ ଦେବା ମାତ୍ରେ ସେ ମହିଳାଙ୍କୁ ସାଲ୍ୟୁଟ୍ ମାରୁଥିବା ଦେଖାଯାଉଛି । ଏହା ଦେଖିବା ପରେ ମହିଳା ଜଣକ ଚମକି ପଡୁଛନ୍ତି । ସୈନିକ ଜଣକ ମୁହଁରୁ ମାସ୍କ ହଟାଇବା ମାତ୍ରେ ମହିଳାଙ୍କ ଆଖିରେ ଲୁହ ଆସି ଯାଉଛି । ମହିଳା ଜଣକ କାନ୍ଦି ପକାଉଛନ୍ତି । ମହିଳା ଜଣକ ତାଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗୁଛନ୍ତି । ସେହି ସମୟରେ ଗ୍ରାହକ ପଚାରୁଛନ୍ତି କ’ଣ ହେଲା, ସୈନିକ ଜଣକ ମହିଳାଙ୍କୁ ନିଜର ମାଆ ବୋଲି କହୁଛନ୍ତି । ଏହାପରେ ୨ ଜଣ ଗ୍ରାହକ ସୈନିକଙ୍କ ସହ ହାତ ମିଳାଇ ସେଠାରୁ ଯାଉଛନ୍ତି ।ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେବା ସହ ସେହି ମାଆ ନିକଟରେ ମୁଣ୍ଡ ନୁଆଇଁ ପ୍ରଣାମ ଜଣାଇଛନ୍ତି