Pratidin TV

Odisha's Digital News Platform

ହୃଦୟହୀନ ମା ; ଦେଢ଼ ମାସର ଶିଶୁ କନ୍ୟାକୁ ଘଞ୍ଚ ଜଙ୍ଗଲରେ ଫପାଡି ଚାଲିଗଲା ….

1 min read

ମୟୁରଭଞ୍ଜ ; ଠାକୁରମୁଣ୍ଡା -ମହୁଲଡିହା ଥାନା ଚମ୍ପାଝର ଗ୍ରାମ ପଞ୍ଚାୟତ ଜାମୁଖଞରି ନିକଟରୁ ଆଜି ଜଣେ ଦେଢ଼ ମାସର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଦେଢ଼ ମାସ ପରେ କେହି ଜଙ୍ଗଲରେ ଶିଶୁକୁ ପରିତ୍ୟକ୍ତ ଅବସ୍ଥାରେ ଛାଡି ଦେବା ସମସ୍ତଙ୍କୁ ବିସ୍ମିତ କରିଛି ।

ଆଜି ସକାଳ ସମୟରେ କିଛି ଛେଳି ଚରାଳି ଜଙ୍ଗଲକୁ ଯାଇଥିବା ସମୟରେ କୁନି ଛୁଆର କାନ୍ଦ ଶବ୍ଦ ପାଇ ସରପଞ୍ଚ ବିକ୍ରମ ପିଙ୍ଗୁଆକୁ ଫୋନ କରିଥିଲେ । ସେ ମହୁଲଡିହା ଥାନା, ଠାକୁରମୁଣ୍ଡା ମେଡିକାଲ କୁ ଫୋନ କରିବା ସହିତ ସ୍ଥାନୀୟ ଆଶାକୁ ଯୋଗାଯୋଗ କରି ଶିଶୁ କୁ ଉଦ୍ଧାର କରାଇଥିଲେ ।

ଜାମୁଖଞ୍ଜରୀ ଆଶା କର୍ମୀ ଏବଂ ସ୍ଥାନୀୟ ଲୋକ ଶିଶୁ କୁ ଉଦ୍ଧାର କରି ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅପରାହ୍ନ ୪ ରେ ଭର୍ତ୍ତି କରିଥିଲେ । ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ସୁସ୍ଥ ଥିବା ଜଣାପଡିଛି । ତାକୁ ଚାଇଲଡ ଲାଇନ ବାରିପଦାକୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ଜଣାପଡିଛି । ତେବେ ଶିଶୁକୁ କିଏ କାହିଁକି କେଉଁ ପରିସ୍ଥତିରେ ଏଭଳି ଅବସ୍ଥାରେ ଫପାଡି ଚାଲିଗଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *