Pratidin TV

Odisha's Digital News Platform

ମା ସାଜିଲା ମୃତ୍ୟୁର କାରଣ : ୪ ମହଲାରୁ ଫପାଡି ମାରିଲା ନିଜ ଶିଶୁକୁ

ନୂଆଦିଲ୍ଲୀ : ‘ମା’ ଯିଏ ନିଜ ଶିଶୁ ପାଇଁ ନିଜ ଜୀବନ ଦେବାକୁ ପଛାଏ ନାହିଂ । କିମ୍ବା ନିଜ ଛୁଆ ଉପରେ କିଛି ବିପଦ ପଡିଲେ ସେ କାହାକୁ ଭୟ ନକରି ଅଣ୍ଟା ଭିଡି ଲଢି ଯାଏ ଦୁନିଆ ସହ । ନିଜ ଛୁଆ ପାଇଁ ବନିଯାଏ ସେ ଶ୍ରେଷ୍ଠ ଯୋଦ୍ଧା । ହଁ ସେଇ ମା ତା ଛୁଆ ପାଇଁ ସେ ନିଜ ଜୀବନ ବି ଦେଇପାରେ ଆଉ କାହା ଜୀବନ ମଧ୍ୟ ନେଇପାରେ । କିନ୍ତୁ ଏକ ଅବିଶ୍ୱସନୀୟ ଅମାନୁଷିକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବ୍ୟାଙ୍ଗଲୋର ଠାରେ । ମାଁ ନିଜ ହାତରେ ନେଇଯାଇଛି ତା ଛୁଆର ଜୀବନ ।

ବ୍ୟାଙ୍ଗଲୋରର ଏସ୍‌ଆରନଗରସ୍ଥିତ ଏକ ଆପାର୍ଟମେଣ୍ଟରେ ନିଜର ୪ ବର୍ଷର ଛୋଟ ଝିଅକୁ ବାଲକୋନିରୁ ଫପାଡି ଦେବାପରେ ନିଜ ମଧ୍ୟ ସେଠାରୁ ଡେଇଁବାକୁ ପ୍ରୟାସ କରୁଥିବା ବେଳେ ପରିବାର ଲୋକେ ଆସି ଅଟକେଇଦେଇଥିଲେ ,କିନ୍ତୁ ୪ ମହଲା ବିଲ୍‌ଡିଂ ଉପରୁ ପଡି ଆଉ ଆଖି ଫିଟେଇନଥିଲା କୁନି ଝିଅ । ସୂଚନା ଅନୁଯାୟୀ ଅଭିଯୁକ୍ତ ମା ଜଣଙ୍କ ଦାନ୍ତ ବିଭାଗରେ ଡାକ୍ତର ଥିବାବେଳେ ତାଙ୍କ ସ୍ୱାମୀ ଜଣେ ସପ୍ଟୱୟାର ଇଞିନିୟର ଥିଲେ । ଝିଅକୁ ୪ ବର୍ଷ ହେଇଯାଇଥିଲେ ମଧ୍ୟ ସେ ପାଟି ଫିଟାଇ କିଛି କହିପାରୁନଥିଲା କିମ୍ବା କିଛି ଶୁଣିପାରୁନଥିଲା ।

ଏନେଇ ସେ ଚିନ୍ତାରେ ରହୁଥିଲା ବେଳେ ସୁଯୋଗ ଦେଖି ଝିଅକୁ ୪ ମହଲା ଉପରୁ ଫପାଡି ଦେଇ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଉଦ୍ୟାମକରି ପରିବାର ହାତରେ ଧରାପଡିଥିଲେ । ଏନେଇ ସ୍ୱାମୀ ପୋଲିସ ଆଗରେ ସ୍ତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ । ତେବେ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ତ୍ରୀଙ୍କ ପ୍ରଥମେ ମାନସିକ ପରୀକ୍ଷା କରାଯିବା ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଟାନ କରିବ ବୋଲି ପ୍ରତିଶୃତି ଦେଇଛି ପରିବାର ଲୋକଙ୍କୁ ।

Leave a Reply

Your email address will not be published. Required fields are marked *