Pratidin TV

Odisha's Digital News Platform

ପୁଣି ଅଲୋଡା ହେଲା ଶିଶୁକନ୍ୟା ; ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା …

1 min read

ରାଇରଙ୍ଗପୁର ; ପୁଣି ଅଲଡା ହେଲା ନବଜାତ ଶିଶୁକନ୍ୟା । ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ଫିଙ୍ଗି ଚାଲିଗଲା ନିଷ୍ଠୁର ମା । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଭୁକ୍ତ ଲଷ୍ମୀପୋଷି ପଟାସ ଜଙ୍ଗଲରେ । ନବଜାତ ଶିଶୁକନ୍ୟାଟି କାନ୍ଦୁଥିବା ଅବସ୍ଥାରେ ଉଦ୍ଧାର କରିଛନ୍ତି ଗାଁ ଲୋକେ ।

ଉଦ୍ଧାର ପରେ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ ଗ୍ରାମର ଆଶାକର୍ମୀ। ତେବେ ଚିକିତ୍ସା ପରେ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା କହିଛନ୍ତି ଡାକ୍ତର । କାରଣ ଦୀର୍ଘ ସମୟ ଧରି କ୍ଷୀର ପିଇନଥିବାରୁ ଶିଶୁକାନ୍ୟାଟିର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଶିଶୁଟିର ହାତରେ ଭେନ ଫ୍ଲାମ ଏବଂ ଗୋଡ଼ରେ ନାମ ଟ୍ୟାଗ ଲାଗିଥିବା ଦେଖିବାକୁ ମିଳିଛି । ତେବେ କିଏ ଏବଂ କାହିଁକି ଶିଶୁଟିକୁ ଫିଙ୍ଗି ଦେଇଥିଲେ ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

Advertisement

Leave a Reply

Your email address will not be published. Required fields are marked *