Pratidin TV

Odisha's Digital News Platform

ସମ୍ପତ୍ତି ପାଇଁ ଗାଁ ଦାଣ୍ଡରେ ମାକୁ ମାଡ଼ ମାରିଲା ନୃଶଂସ ପୁଅ ।

କେନ୍ଦ୍ରାପଡ଼ା ; ଯାତ୍ରାର ମନଗଢା କାହାଣୀ ଆଜି ନେଇଛି ବାସ୍ତବ ରୁପ । ଆଜି ଯାତ୍ରା ପେଣ୍ଡାଲରେ ମାକୁ ମାଡ଼ ମାରୁନି ପୁଅ ବରଂ ପିଲା ବେଳେ ଯେଉଁ ଦାଣ୍ଡ ଦୁଆରେ ଅଳି କରି ମା କାନି ପଛରେ ଲୁଚୁଥିଲା ପୁଅ ସେହି ଦାଣ୍ଡରେ ମାକୁ ମାଡ଼ ମାରୁଛି । ଆଉ ନିଜ ଭାଗ୍ୟକୁ ନିନ୍ଦୀ କଇଁ କଇଁ କାନ୍ଦୁଛି ହତଭାଗିନୀ ମା’ା ଅନେକ ପୁଜା ମାନସିକ କରି ଯେଉଁ ପୁଅ ପାଇଁଥିଲେ ଆଜି ସେ ଲୁହର କାରଣ ପାଲଟିଛି ତାହା ପୁଣି ସାମନ୍ୟ ସମ୍ପତ୍ତି ପାଇଁ । କାନ ମୁଣ୍ଡକୁ ଚାପୁଡ଼ା ପରେ ଚାପୁଡ଼ା ମାରୁଛି ପୁଅ ଆଉ ସେ ସବୁକୁ ମୁଣ୍ଡ ପାତି ସହି ଯାଉଛି ମା । ନା ପ୍ରତିବାଦ କରୁଛି ନା ହି ପ୍ରତିଉତ୍ତର ଦେଉଛି । ଏମିତି ଦୃଶ୍ୟ ଦେଖିବା ସମ୍ଭବପର ନୁହେଁ କିନ୍ତୁ ଏମିତି ପୁଅ କୌଣସି ମାକୁ ନମିଳୁ ।

ଏହା କୌଣସି ମନଗଢା କାହାଣୀ କି ଯାତ୍ରା ନୁହେଁ ବାସ୍ତବ ରେ ଘଟିଥିବା ଘରକଥା । ମା ଛିଡା ହେଉଛି ପୁଅ ଚାପୁଡ଼ା ପରେ ଚାପୁଡ଼ା ମାରିଚାଲିଛି । ତାହା ପୁଣି ମା ର କାନ ମୁଣ୍ଡାରେ ‘ ମାଡ଼ ସହି ନପାରି ମା ଥରି ଥରି ପଡିଯାଉଛି । ଗାଁ ଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ମାରୁଛି ଜଲ୍ଲାଦ ପୁଅ ।

ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ସିଙ୍ଗାରପୁର ଗାଁ ରେ । ଏ କାହାଣୀ ହେଉଛି ସିଙ୍ଗାରପୁର ଗାଁ ର ଶଶୀକଳା ମଲ୍ଲିକଙ୍କ କଥା । ଲକ୍ଷେ ଶିବ ପୁଜି ମୁଁ ପାଇଛି ପୁଅ ‘ ସେହି ପୁଅ ଆଜି ଦେଉଛି ମୋ ଆଖିରେ ଲୁହ । ଦଶମାସ ଦଶଦିନ ଗର୍ଭରେ ଧରି ‘ ଗୋଟିଏ ନୁହେଁ କି ଦୁଇଟି ନୁହେଁ ତିନି ତିନୋଟି ପୁଅ ଜନ୍ମ କରି ଥିଲା ଶଶୀକଲା । ଆଜି ସ୍ୱାମୀ ତାର ପଖ୍ୟାଘାତ ରୋଗରେ ପୀଡିତ ‘ ବଡ଼ ପୁଅ ବାହାର ରାଜ୍ୟ ରେ ଦାଦନ ଖଟି ଘର ଚଳେ ‘ ମଝିଆ ପୁଅ ଦିବ୍ୟାଙ୍ଗ ଥିବାବେଳେ ସାନପୁଅ ଘରେ ବିଭିନ୍ନ ଆଳ ଦେଖାଇ ସମ୍ପତି ପାଇଁ ମା କୁ ବାରମ୍ବାର ମାଡ଼ ମାରୁଥିଲା ।

ଜୀବନର ଅପରାହ୍ନରେ ପହଁଞ୍ଚିଥିବା ଜଣେ ୭୫ ବର୍ଷୀୟ ବୃଦ୍ଧ ମା କୁ ଗାଁ ଦାଣ୍ଡରେ ପୁଅ ଆଜି ଘୋଷାଡ଼ି ଘୋଷାଡ଼ି ମାଡ଼ ମାରୁଥିବା ଘଟଣା ଏବେ ଚର୍ଚ୍ଚା ହେଉଛି ଅଞ୍ଚଳରେ । ସାମାନ୍ୟ କେଇଟା ଟଙ୍କାର ସମ୍ପତି ପାଇଁ ମା କୁ ମାଡ଼ ମାରୁଛି ପୁଅ ଠାଏ ଠାଏ ଚାପୁଡ଼ା ପୁଣି ମାର କାନ ମୁଣ୍ଡାକୁ ‘ ମାଡ଼ ଖାଇ ମା ଆଜି ଥରି ଥରି ପଡିଯାଉଛି ସେହି ଠାରେ ‘ ଏହି କଥା ଆମେ ବାରମ୍ବାର କହୁଛି ଜେ ଘଟଣା ଟି ମା ପୁଅର କାହାଣୀ । ପୁଅ ମାଡ଼ ମରି ଚାଲିଛି ମା କୁ ‘ ଗାଁ ଲୋକେ ଦେଖୁଥିଲେବି କେହି ସାହସ କରୁନଥିଲେ ଧରିବା ପାଇଁ ‘ କାରଣ ମାଡ଼ ମାରୁଥିବା ପୁଅ ଜଣେ ଦୁର୍ଦାନ୍ତ । ତେବେ ପୁଅର ଏହି ଅକଥନୀୟ ଅତ୍ୟାଚାର ସହି ନପାରି ମା ଆଜି ନ୍ୟାୟ ପାଇଁ ଥାନାର ଦ୍ଵାରସ୍ଥ ହୋଇଛି । ତେବେ ଏହି ଘଟଣାର ଟି ସୋସିଆଲ ଡ଼ିମିଆରେ ପ୍ରଚାର ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଥିବା ର ଦୃଶ୍ୟ ଆମ କ୍ୟାମେରାରେ କଏଦ ହୋଇଛି । ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରିତ ହେବା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ପୋଲିସ ପୀଡ଼ିତାକୁ କି ନ୍ୟାୟ ଦେଉଛି ।

Leave a Reply

Your email address will not be published. Required fields are marked *