Pratidin TV

Odisha's Digital News Platform

ବୋରୱେଲରେ ଫିଙ୍ଗି ଚାଲିଯାଇଥିଲା ମା’, ଉଦ୍ଧାର ପରେ ଆଜି ବିଜୟିନୀର ଅନ୍ନପ୍ରସନ୍ନ ।

1 min read

ମୃତ୍ୟୁକୁ ଜୟ କରିଥିବା ବିଜୟିନୀର ଆଜି ଅନ୍ନପ୍ରସନ । କିଛି ମାସ ଆଗରୁ ରେଙ୍ଗାଲିର ଲାରିପାଲିର ଏକ ପରିତ୍ୟକ୍ତ ବୋରୱେଲ୍ ରୁ ମୃତ୍ୟୁ କୁ ଜୟ କରି ଉଦ୍ଧାର ହୋଇଥିବା ନବଜାତ ଶିଶୁକନ୍ୟା ନାମ କାରଣ କରାଯାଇଥିଲା ବିଜୟିନୀ ।

ସେହି ଶିଶୁକନ୍ୟା ର ସମ୍ବଲପୁର ମାନେଶ୍ୱର ବ୍ଲକର ଛଚାନପାଲିର ରୁକ୍ମିଣୀ ଲାଠ ବାଳ ନିକେତନ ରେ ବେଶ୍ ଉତ୍ସାହର ସହ ବିଜୟିନୀ ର ଅନ୍ନପ୍ରସନ୍ କାର୍ଯ୍ୟକ୍ରମ କରାଯାଇଛି । ୬ ମାସ ଯାଏଁ ସେ ତରଳ ବେବିଫୁଡ୍ ଖାଉଥିଲା କିନ୍ତୁ ଆଜିଠୁ ପ୍ରଥମ କରି ଅନ୍ନ ଛୁଇଁବ ଓ ତାପରେ ବାହୁଡ଼ାରେ ରଥାରୂଢ଼ ଜଗନ୍ନାଥ ଦର୍ଶନ କରି ରଥ ଛୁଆଁ ହେବ । ଜନ୍ମର ମାତ୍ର କିଛି ଘଣ୍ଟା ପରେ ନିଜ ଜନ୍ମ କଲା ମାଆ ତାକୁ ଲାରିପାଲି ରେ ଥିବା ପରିତ୍ୟକ୍ତ ବୋରୱେଲ ରେ ଫିଙ୍ଗି ଦେଇଥିଲା ହେଲେ ଏ ଶିଶୁକନ୍ୟା ମୃତ୍ୟୁକୁ ଜୟ କରି ସୁରକ୍ଷିତ ଭାବରେ ଉଦ୍ଧାର ହୋଇପାରିଥିଲା ।

Advertisement

ମୃତ୍ୟୁକୁ ଜୟ କରିଥିବାରୁ ତାର ନାଁ ବିଜୟିନୀ ଦିଆଯାଇଥିଲା । ବରଗାଁର ଜଗନ୍ନାଥ ମନ୍ଦିରରୁ ତା ପାଇଁ ସ୍ବତନ୍ତ୍ର ଅନ୍ନଭୋଗ ଅଣାଯାଇଛି । ଆଶ୍ରମର ସବୁ ସେବିକା ମାନଙ୍କ ଗେହ୍ଲା ସାଜିଛି ବିଜୟିନୀ । ଆଶ୍ରମ ଆସିବା ଦିନଠୁ ଆଜି ଯାଏଁ ସେ କେବେ ଦିନେ ଅସୁସ୍ଥ ହେଇନି କି ମେଡିକାଲ ଯାଇନି ବୋଲି କୁହନ୍ତି ଆଶ୍ରମ ଅନ୍ତେବାସୀ ।

Leave a Reply

Your email address will not be published. Required fields are marked *