ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଭର୍ଚୁଆଲରେ ସ୍ୱାକ୍ଷର ହେଲା ଏମଓୟୁ ..
1 min readଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରୋଜେକ୍ଟ ପାଇଁ ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ ସହ MOUସ୍ୱାକ୍ଷରିତ ହୋଇଛି । ଭର୍ଚୁଆଲ୍ ପ୍ଲାଟଫର୍ମରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ MOUସ୍ୱାକ୍ଷର ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ଫେଜ୍-୧ ପାଇଁ ମଞ୍ଜୁର ।ଏଥିରେ ଖର୍ଚ୍ଚ ହେବ ୬ ହଜାର ୨୫୫ କୋଟି ଟଙ୍କା । ୪ ବର୍ଷ ଭିତରେ ସରିବ କାମ । ଏମଓୟୁ ସ୍ୱାକ୍ଷର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ଏହା ରାଜଧାନୀ ଅଞ୍ଚଳର ଗମନାଗମନ ଭିତ୍ତିଭୂମିରେ ବଡ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାର୍ଯ୍ୟ କରାଯିବ । ରାଜ୍ୟରେ କୌଣସି ଗୋଟିଏ ପ୍ରୋଜେକ୍ଟ ପାଇଁ ଏହା ହେଉଛି ସର୍ବାଧିକ ବ୍ୟୟ ଅଟକଳ ।