Pratidin TV

Odisha's Digital News Platform

କଣ ଅଲଗା ହୋଇଯିବେ ସାଉଥ୍‌ର ସୁପରଷ୍ଟାର ସୂରିୟା ଓ ଜ୍ୟୋତିକା ? ଏବେ ସ୍ୱାମୀଙ୍କ ଠାରୁ ଅଲଗା ରହୁଛନ୍ତି ଜ୍ୟୋତିକା …

1 min read

ଅଲଗା ହୋଇଯିବେ ସାଉଥ୍‌ର ସୁପରଷ୍ଟାର ସୂରିୟା ଓ ଜ୍ୟୋତିକା । ସ୍ୱାମୀଙ୍କଠାରୁ ଛାଡପତ୍ର ନେବେ ଜ୍ୟୋତିକା । ସେଥିପାଇଁ ସୂରିୟା ଙ୍କ ଠାରୁ ଅଲଗା ରହୁଛନ୍ତି । ତେବେ ଏଭଳି କଳ୍ପନା ଜଳ୍ପନା ଉପରେ ଆଜି ପଡିଛି ପୂର୍ଣ୍ଣଛେଦ । ଏବେ ଏସବୁ ଚର୍ଚ୍ଚା ଉପରେ ମୁହଁ ଖୋଲିଛନ୍ତି ଜ୍ୟୋତିକା ।

ଏକ ସାକ୍ଷାତକାରରେ ଜ୍ୟୋତିକା କହିଛନ୍ତି ଯେ ବିବାହ ପରେ ସେ ଅଭିନୟ ଜଗତରୁ ଦୁରେଇ ଯାଇଥିଲେ । ହେଲେ ଏବେ ପୁଣି ଥରେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି ଜ୍ୟୋତିକା । ସେ ପୁଣି ଥରେ ନିଜର କାମ ଆରମ୍ଭ କରିବା ପାଇଁ ମୁମ୍ବାଇ ଆସିଥିଲେ । ତା ସହିତ ମୁମ୍ବାଇ ଆସିବାର ଅନ୍ୟ କାରଣ ହେଉଛି ପିଲାଙ୍କ ପାଠ ପଢା । ସୂରିୟାଙ୍କ ସହିତ ତାଙ୍କର ଛାଡପତ୍ର କୁ ନେଇ ଉଠିଥିବା ଚର୍ଚ୍ଚା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି । ଜ୍ୟୋତିକାଙ୍କର କାମ ସରିବା ପରେ ପୁଣି ଥରେ ଚେନ୍ନାଇ ଫେରିଯିବେ । ତା ସହିତ ଜ୍ୟୋତିକା ତାଙ୍କ ସ୍ୱାମୀଙ୍କୁ ବହୁତ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ସୂରିୟା ଜଣେ ବହୁତ ଭଲ ସ୍ୱାମୀ ଅଟନ୍ତି । ସେ ସବୁବେଳେ ମୋର ଖୁସି ଚାହାଁନ୍ତି । ଏବଂ ପିଲାମାନଙ୍କର ଭବିଷ୍ୟତକୁ ଅଧିକ ଗରୁତ୍ୱ ଦିଅନ୍ତି ।

Advertisement

Leave a Reply

Your email address will not be published. Required fields are marked *