Pratidin TV

Odisha's Digital News Platform

ପୋଲିସ ଅଧିକାରୀଙ୍କୁ ଚାପୁଡା ମାରି ଅଡୁଆରେ ଫସିଲେ ସାଂସଦ ଭର୍ତ୍ତୃହରି ।

1 min read

କଟକ : ପୋଲିସ ଅଧିକାରୀଙ୍କୁ ସାଂସଦ ଭର୍ତ୍ତୃହରି ମହତାବଙ୍କ ଚାପୁଡ଼ା ମାରିବା ମାମଲା । ସ୍ୱତନ୍ତ୍ର ଅଦାଲତରେ ହୋଇଛି ସାକ୍ଷ୍ୟ ଗ୍ରହଣ । ଅଦାଲତରେ ହାଜର ହେଲେ ଏସିପି ତଥା ତତ୍କାଳୀନ ସଵ ଇନିସ୍ପେକ୍ଟର ଅମିତାଭ ମହାପାତ୍ର । ଅନ୍ୟପଟରେ ନିଜ ଓକିଲଙ୍କ ଜରିଆରେ କଟକ ଜେଏମ୍ଏଫସି ଅଦାଲତରେ ହାଜର ହେଲେ ଭର୍ତ୍ତୁହରି ।

ଆଜି ଅମିତାଭ ମହାପାତ୍ରଙ୍କ ସାକ୍ଷ ଗ୍ରହଣ ଅଧା ରହିଲା । ଆସନ୍ତା ୨୪ ତାରିଖରେ ପୁନଶ୍ଚ ହେବ ସାକ୍ଷ୍ୟ ଗ୍ରହଣ । ୨୦୧୧ ମସିହାରେ ଅମିତାଭ ଓ ମହାତାବଙ୍କ ମଧ୍ୟରେ ଘଟିଥିଲା ଏହି ବିବାଦ । ଭର୍ତ୍ତୃହରି ଅମିତାଭଙ୍କୁ ଚାପୁଡ଼ା ମାରି ଥିବା ନେଇ ଅଭିଯୋଗ ହୋଇଥିଲା । କିଛି ଦିନ ତଳେ ଭର୍ତ୍ତୁହରିଙ୍କ ବିରୁଦ୍ଧରେ ଚାର୍ଜ ଫ୍ରେମ ମଧ୍ୟ କରିଥିଲା ପୋଲିସ ।

Advertisement

Leave a Reply

Your email address will not be published. Required fields are marked *