Pratidin TV

Odisha's Digital News Platform

ବଡ଼ ଠାକୁର ବଳଭଦ୍ର ମୁହଁମାଡ଼ି ପଡ଼ିବା ଘଟଣାରେ ବର୍ଷିଲେ ଭର୍ତ୍ତୃହରି , କହିଲେ ଏହା ଅତ୍ୟନ୍ତ ଦୁଃଖଦାୟକ ..

ବଡ଼ ଠାକୁର ବଳଭଦ୍ର ଆଡ଼ପ ବିଜେ ବେଳେ ମୁହଁ ମାଡ଼ି ପଡିଯିବା ଘଟଣାକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଏହି ଘଟଣାକୁ ନେଇ ବର୍ଷିଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ସେ କହିଛନ୍ତି ଏଭଳି ଘଟଣା ଇତିହାସରେ କେବେ ଦେଖି ନଥିଲୁ। ରଥରେ ଏତେ ଲୋକ କାହିଁକି ଚଢ଼ିଥିଲେ।

ଯେଉଁମାନେ ସେଠାରେ ଥିଲେ କାହାରି ହାତରେ ରଶି ନଥିଲା । ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ରଥରେ କେଉଁମାନେ ଚଢ଼ିପାରିବେ, ସ୍ବତନ୍ତ୍ର ବ୍ୟବସ୍ଥା ଅଛି। କାହିଁକି ଏହା କାର୍ଯ୍ୟକାରୀ ହେଲାନି ବୋଲି ଭର୍ତ୍ତୃହରି ପ୍ରଶ୍ନ କରିଛନ୍ତି।ଶ୍ରୀକ୍ଷେତ୍ରରେ ଆଡ଼ପ ପହଣ୍ଡି ବେଳେ ବଡ଼ ଠାକୁର ବଳଭଦ୍ର ଖସି ପଡିଥିଲେ। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଦୁଃଖ ପ୍ରକାଶ କରୁଛନ୍ତି।

Leave a Reply

Your email address will not be published. Required fields are marked *