Pratidin TV

Odisha's Digital News Platform

ରାହୁଲ ଗାନ୍ଧିଙ୍କୁ ଧୋଇଲେ ସମ୍ବିତ ପାତ୍ର

ଲୋକସଭାରେ ଗର୍ଜୁଥିଲେ ବିରୋଧୀ ନେତା ରାହୁଲ ଗାନ୍ଧୀ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରୁଥିଲେ ବାକ୍ୟ ଯୁଦ୍ଧ | କିନ୍ତୁ ଏହି ସମୟରେ ହଠାତ ରାହୁଲକୁ ଟାର୍ଗେଟ କଲେ ଓଡ଼ିଶାର ପୁରୀ ସାଂସଦ ସମ୍ବିତ ପାତ୍ର | ଯାହାଙ୍କ କଟାକ୍ଷ ଶୁଣି ଚୁପ ହୋଇଗଲେ ରାହୁଲ ଗାନ୍ଧୀ |

ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ସମୟରେ ଶାସକ ତଥା ବିରୋଧୀ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ଦେଖିବାକୁ ମିଳିଛି | ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାକ ଯୁଦ୍ଧ ସହିତ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ମନ୍ତବ୍ୟ ପରେ ବିଜେପି ମଧ୍ୟ ପଛରେ ନାହିଁ | ସେଥିପାଇଁ ସମିଟ ରାହୁଲଙ୍କୁ କରିଛନ୍ତି କଡା ସମାଲୋଚନା |

ସମ୍ବିତ ପାତ୍ର କହିଛନ୍ତି, ଆମେ ଖୁସି ଆମ ସରକାର ସ୍ୱାଭାବିକ ଭାବେ ଗଠିତ ହୋଇଛି | ମୋଦିଙ୍କ ସରକାର ଗଠନ ହୋଇଥିବାରୁ ଦେଶର ଲୋକେ ଖୁସି ଅଛନ୍ତି | କିନ୍ତୁ ବିଡ଼ମ୍ବନର ବିଷୟ ଯେଉଁମାନଙ୍କୁ ଆମେ ଦୁଃଖୀ ବୋଲି ଭାବୁଥିଲୁ ସେମାନେ ମଧ୍ୟ ଖୁସି ଅଛନ୍ତି | ସେମାନେ କହିଛନ୍ତି ଆମେ ଖୁସି, ଦେଶ ଖୁସି, ଏବଂ ବିରୋଧୀ ମଧ୍ୟ ଖୁସି ତେଣୁ ଏଠି ବିପଦରେ କିଏ? ଭୟବିତ୍ତ କିଏ ?

ତେବେ ବିଜେପି ସାଂସଦ ସମ୍ବିତ ପାତ୍ର ଏହାମଧ୍ୟ କହିଛନ୍ତି ଯେ, ଆମର ୨ ଗୁଣା ଖୁସି ଅଛି, ଆମେ ସରକାର ଗଠନ କରିଥିବାରୁ ଆମେ ଖୁସି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ଖୁସି | ଏବେ ଲୋକସଭାରେ ଜଣେ ରାହୁଲଜି ନାହାନ୍ତି ୨ ଜଣ ରାହୁଲଜି ଅଛନ୍ତି | ରାହୁଲ ନିଜେ ସାଂସଦରେ ଜଣେ ନୁହେଁ ୨ ରାହୁଲ ଥିବା କଥା କହିଥିଲେ | ଏହି କଥାରେ ବିଜେପି ସାଂସଦ ସମ୍ବିତ ପାତ୍ର କହିଛନ୍ତି ଯେ, ଯେତେବେଳେ ଜଣେ ରାହୁଲ ଏତେ ଲାଭବାନ ହୋଇଛନ୍ତି, ସେତେବେଳେ ବିରୋଧୀ ଦଳ ୨ ରାହୁଲଙ୍କ ଦ୍ୱାରା ଲାଭବାନ ହେବେ | ଏହା ମଧ୍ୟ କହିଥିଲେଯେ ରହୂଲଜୀ ଜଣେ ଆସେଟ ସେଥିରେ କୌଣସି ସନ୍ଦେହ ନାହିଁ | ବିରୋଧୀ ବନ୍ଧୁମାନେ ମଧ୍ୟ ରାଜି ହେବେ ରହୂଲଜୀ ଜଣେ ଆସେଟ | ତେବେ ଲୋକସଭାରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଝଡ଼ ଉଠିଛି | ଦେବତା, ଧର୍ମ, ଓ ଭଗବାନଙ୍କ ଫଟୋ ନେଇ ଉଠାଇଲେ ପ୍ରସଙ୍ଗ ଯାହାକୁ ନେଇ ବିରୋଧ କଲେ ଭାଜପା |

Leave a Reply

Your email address will not be published. Required fields are marked *