Pratidin TV

Odisha's Digital News Platform

ବଡ ଦାୟିତ୍ୱରେ ଓଡିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ; ବନିଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ….

1 min read

ନୂଆଦିଲ୍ଲୀ : ଓଡିଆ ପୁଅ ହାତରେ ବଡ ଦାୟିତ୍ୱ । ପ୍ରଥମ ଓଡ଼ିଆ ଭାବେ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନର ଉପାଧ୍ୟକ୍ଷ । ସେ ବିଶ୍ୱ ପାଣିପାଗ ସଂଗଠନର ୩ୟ ଉପାଧକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନେଇ ବିଶ୍ୱ ପାଣିପାଗ ସଂଗଠନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ୱାଲର୍ଡ ମେଟ୍ରୋଲୋଜି ଅରଗାନାଇଜେସନ୍ ଟ୍ୱିଟ୍ କରି କହିଛି ଯେ ‘ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମୃତ୍ୟୁଜ୍ଞୟ ମହାପାତ୍ର WMO ତୃତୀୟ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।

Advertisement

ବହୁ ସମୟରେ ବାତ୍ୟାକୁ ନେଇ ତାଙ୍କର ଆକଳନ ସଠିକ୍ ସାବ୍ୟସ୍ତ ହୋଇଥାଏ । ଯାହାଫଳରେ ଓଡିଶା ଅନକେ ବାତ୍ୟାକୁ ଠିକ୍ ସମୟରେ ମୁକାବିଲା କରି ପାରିଛି ।

ତେବେ ମୃତ୍ୟୁଜ୍ଞୟ ମହାପାତ୍ରଙ୍କ ସମେତ ଆୟରଲ୍ୟାଣ୍ଡ ପାଣିପାଗ ବିଜ୍ଞାନ କେନ୍ଦ୍ରର ଇଅନ ମୋରଗନ ୨ୟ ଉପାଧ୍ୟକ୍ଷ । କୋଟେ ଡିଆଇଭର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡାଓଡା କୋନାଟେ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ WMO ପ୍ରଥମ ଉପାଧ୍ୟକ ଭାବେ ନିର୍ବାଚିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *