Pratidin TV

Odisha's Digital News Platform

ମାହି ପିନ୍ଧିଥିବା ଟିସାର୍ଟରେ ଫ୍ୟାନଙ୍କ ବାଇକ ପୋଛି ପ୍ରଥମେ ଦେଲେ ଅଟୋଗ୍ରାଫ ପରେ ବାଇକ ଉପରେ ବସି ଦେଲେ ପୋଜ୍‌..

1 min read

ଭାରତରେ କ୍ରିକେଟକୁ ନେଇ ରହିଲି ଅଲଗା କ୍ରେଜ୍ । ବୁଢା ଠୂ ଆରମ୍ଭ କରି ଛୁଆ ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଖେଳ ତାଲିକାରେ ସର୍ବ ପ୍ରଥମେ ଆସେ କ୍ରିକେଟ । ଆଉ ଖେଳାଳୀ ତାଲିକାରେ ସର୍ବ ପ୍ରଥମେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତା ପରେ ରହିଛନ୍ତି ମହେନ୍ଦ୍ର ସିଂ ଧୋନୀ । ତେବେ ଧୋନୀ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଛନ୍ତି କେବଳ ଆଇପିଏଲରେ ସକ୍ରିୟ ରହିଛନ୍ତି । କିନ୍ତୁ ତାଙ୍କ ଫ୍ୟାନ ଫଲୋର୍ସ ସବୁ ବେଳେ ବଢି ବୌି ଚାଲିଛି ।ଯେତେବେଳେ ଯାହା ବି କରନ୍ତି ସବୁ ଭାଇରାଲ ହୁଏ । କିଛି ନା କିଛି କାରଣ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେଳେବେଳେ ଫ୍ୟାନ୍ସଙ୍କସେଲଫି ନେଇ ତ କେବେ ତାଭ୍‌କ ସହ କିଛିଗେମ କେଳି ପୁଣି କେବେ ଫ୍ୟାନ୍ସଙ୍କସହ ମିଶି ବିଶ୍ୱକପ ଦେଖିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ । ଧୋନୀ ଯୁଆଡେ ଯାଇଥାନ୍ତି ସେଠାରେ ଜମି ଯାଇଥାଏ ଲୋକଙ୍କ ଭିଡ । ସେ ସିନା ସୋସିଆଲ ମିଡିଆରୁ ଦୁରେଇ ରହବିାକୁ ପସନ୍ଦ କରନ୍ତି କିନ୍ତୁ ତାଙ୍କ ଫ୍ୟାନ୍ସ ତାଙ୍କର ପ୍ରତ୍ୟେକ ଖବର ରଖିଥାନ୍ତି ।

ଧୋନିଙ୍କୁ କ୍ରିକେଟ ଜଗତରେ କ୍ୟାପ୍େଟନ୍ କୁଲ ବୋଲି ମଧ୍ୟ କହିଥାନ୍ତି । ତାଙ୍କ ଫ୍ୟାନ୍ ମାନେ ଦେଶର କୋଣ କୋଣରେ ରହିଛନ୍ତି । ସେମିତି ଏକ ଫ୍ୟାନ୍ ଷ୍ଟୋରୀ ଏବେ ପୁଣି ଭାଇରାଲ ହେବାରେ ଲାଗିଛି । କିଛି ଦିନ ଆଗରୁ ଏୟାର ହଷ୍ଟେସ୍ ଫ୍ୟାନ୍‌ଙ୍କ ସହ ଧୋନୀଙ୍କ ଭିଡିଓ ଭାଇରାଲ ହୋଇଥିଲା । ବିମାନରେ ଯାତ୍ରା କରୁଥିବା ବେଳେ ଏୟାର ହଷ୍ଟେସଙ୍କୁ ଚକଲେଟ ଦେଉଥିବା ଭିଡିଓ ଭାଇରାଲ ହୋଇଥିଲା । ସେମିତି ପୁଣି ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଧୋନୀ ନିଜ ‘ଟି-ସାର୍ଟ’ରେ ଜଣେ ଫ୍ୟାନ୍‌ଙ୍କ ବାଇକ୍ ପୋଛିଲେ, ଆଉ ସେଥିରେ ନିଜର ଅଟୋଗ୍ରାଫ୍ ଦେଲେ । ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଲାଇକ୍ କମେଣ୍ଟ ର ବର୍ଷା ହେଉଛି ।

ଫ୍ୟାନ୍ସମାନେ ଧୋନୀଙ୍କ ଏଭଳି ସିମ୍ପ୍ଲିସିଟି ପାଇଁ ତାଙ୍କୁ ଖୁବ୍ ପସନ୍ଦ କରିଛନ୍ତି । ତାଙ୍କର ନମ୍ରତା, ଉଦାରତା ଓ ସାଧାସିଧା ଜୀବନ ଯାପନ ଫୃାନ୍ସ ଅଦିକ ପସନ୍ଦ କରୁଛନ୍ତି । ଧୋନୀଙ୍କ ଏଭଳି ବ୍ୟକ୍ତିତ୍ୱ ହିଁ ତାଙ୍କୁ ସମସ୍ତଙ୍କ ଠାରୁ ଭିନ୍ନ କରିଥାଏ । ସେଥିପାଇଁ ତାଙ୍କୁ କ୍ୟାପ୍େଟନ୍ କୁଲ କୁହାଯାଏ । ଧୋନୀଙ୍କ ଭଳି ଏତେ ନମ୍ର ଆଉ ଉଦାର, କୌଣସି ଖେଳାଳି ହୋଇପାରିବେ ନାହିଁ ବୋଲି କହିଛନ୍ତି ଫ୍ୟାନ୍ । ତେବେ ସେହି ଭିଡିଓରେ ଧୋନୀ ବାଇକ୍‌ରେ ନିଜର ଦସ୍ତଖତ କରିବା ପରେ ତାକୁ ଷ୍ଟାର୍ଟ କରିଥିଲେ ଆଉ ଗାଡ଼ିର ଶବ୍ଦ ଶୁଣି ଖୁସି ହୋଇଥିଲେ । ଏହି ଭିଡିଓ ଅପଲୋଡ ହେବା ଦିନରୁଏବେ ସୁଦ୍ଧା ଏହାକୁ ୧୪ ମିଲିଅନ୍‌ରୁ ଅଧିକ ଲୋକ ଦେଖିସାରିଲେଣି । ଆଉ ଏହାକୁ ଦେଖି ତାଙ୍କଫ୍ୟାନ୍ସ ଅତ୍ୟଧିକ ଖୁସି ହେଉଛନ୍ତିି ।

Leave a Reply

Your email address will not be published. Required fields are marked *