ସବୁ କଳ୍ପନା ଜଳ୍ପନା ର ହେଲା ଅନ୍ତ,ଆଇପିଏଲ୍ ଖେଳିବେ ଧୋନି!
1 min readସବୁ କଳ୍ପନା ଜଳ୍ପନା ର ହେଲା ଅନ୍ତ ଆଇପିଏଲ୍ ଖେଳିବେ ଧୋନି!ଆଇପିଏଲ୍ ୨୦୨୫ ଖେଳିବେ କି ନାହିଁ ଏମଏସ୍ ଧୋନି? ଧୋନୀ ଆଗାମୀ ଦିନରେ ଆଉ ଆଇପିଏଲ୍ ଖେଳିବେ ନାହିଁ ବୋଲି ଯେଉଁ ଚର୍ଚ୍ଚା ହେଉଥିବା ତାହାକୁ ୪୩ ବର୍ଷୀୟ କ୍ରିକେଟଙ୍କ ମନ୍ତବ୍ୟ ଗୁଜବରେ ପରିଣତ କରିଛନ୍ତି । ଧୋନି ସଫ୍ଟୱେୟାର ବ୍ରାଣ୍ଡ ରିଗି ପାଇଁ ଏକ ପ୍ରମୋସନାଲ ଇଭେଣ୍ଟରେ କହିଛନ୍ତି ଯେ, ‘‘ଆଗାମୀ କିଛି ବର୍ଷ ପାଇଁ କ୍ରିକେଟ୍ ଖେଳିବା ପାଇଁ ମୁଁ ନିଜକୁ ଉତ୍ତମ ଭାବେ ଗଢ଼ିବାକୁ ଚାହେଁ।’’
ସେ ଆହୁରି ବି କହିଛନ୍ତି କି, ‘‘ଯେତେବେଳେ ଆପଣ ଏକ ବୃତ୍ତିଗତ ଖେଳ ପରି କ୍ରିକେଟ୍ ଖେଳ, ସେତେବେଳେ ଖେଳ ପରି ଏହାକୁ ଉପଭୋଗ କରିବା କଷ୍ଟକର ହୋଇଯାଏ। ମୁଁ ଏହାକୁ କରିବାକୁ ଚାହେଁ। ଏହା ସହଜ ନୁହେଁ। ଖେଳିବା ବେଳେ ଏକ ଭାବପ୍ରବଣ ମନରେ ଥାଏ ଯେ ମୁଁ ଏକ ଦଳ ପାଇଁ ପ୍ରତିଶ୍ରୁତିଦ୍ଧ। ମାତ୍ର ଆଗାମୀ କିଛି ବର୍ଷ ମୁଁ ଖେଳକୁ ଉପଭୋଗ କରିବାକୁ ଚାହେଁ।’’ଧୋନୀଙ୍କର ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଛି ଯେ ସେ ଆଇପିଏଲ୍କୁ ଲକ୍ଷ୍ୟ କରି କହିଛନ୍ତି। ଏଥିରୁ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ମାହିଙ୍କୁ ଆଉ କିଛି ବର୍ଷ କ୍ରିକେଟ ମୈଦାନରେ ଦେଖିବାକୁ ମିଳିପାରେ। ଏପରି ମଧ୍ୟ ସମ୍ଭାବନା ରହିଛି ଯେ ଧୋନି ଆହୁରି ୩ ବର୍ଷ ପର୍ଯ୍ୟନ୍ତ ସିଏସକେ ଜର୍ସିରେ ଖେଳି ପାରନ୍ତି। କାରଣ ମେଗା ଅକ୍ସନରେ ରିଟେନ କରାଯାଇଥିବା ଖେଳାଳିଙ୍କ ପାଖରେ ସେହି ଦଳରେ ଅତି କମରେ ୩ ବର୍ଷ ପର୍ଯ୍ୟନ୍ତ ଖେଳିବା ପାଇଁ ସୁଯୋଗ ରହିଥାଏ।