Pratidin TV

Odisha's Digital News Platform

କେତେଥର ହୃଦୟ ଜିତିବେ ମାହି , ପ୍ରଥମେ ଛକା ମାରି ପରେ କୁନି ଫ୍ୟାନଙ୍କୁ ଗିଫ୍ଟ ଦେଇ କିଣିନେଲେ ସଭିଙ୍କ ମନ …

1 min read

ଗୋଟିଏ ହୃଦୟ ହେଲେ ବାରମ୍ବର ଜିତିନେଉଛନ୍ତି ମାହି । ପ୍ରଥମେ ଛକା ଚଉକାରେ ହୃଦୟ ଜିତିଲେ । ପରେ ନିଜ କୁନି ଫ୍ୟାନକୁ ଏହି ଖାସ୍ ଗିଫ୍ଟ ଦେଇ ପୁଣିଥରେ ହୃଦୟକୁ ଜିତି ନେଇଛନ୍ତି । ସର୍ବଦା ସଫଳତାର ଶୀର୍ଷରେ ଥିଲେବି ଆଜିଯାଏଁ ମାହିଙ୍କୁ ଅହଙ୍କାର ତାଙ୍କୁ ଛୁଇଁ ପାରିନି । ତାଙ୍କର ଏହି ଖାସ୍ ଅନ୍ଦାଜ୍ ପାଇଁ ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ମାହିଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ଅତି ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି । ଆଉ ସେ ବି କୌଣସି ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ ।


ୱାଙ୍ଖଡେ ଷ୍ଟାଡିୟମରେ ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଆଉ ଏହି ମୁକାବିଲାରେ ଆଇପିଏଲ ୨୦୨୪ରେ ଚତୁର୍ଥ ବିଜୟ ହାସଲ କରିଛି ଚେନ୍ନାଇ ସୁପରକିଙ୍ଗସ । ତେବେ ଏହି ବିଜୟରେ ମୁଖ୍ୟ କର୍ଣ୍ଣଧାରା ସାଜିଥିଲେ ମହେନ୍ଦ୍ର ସିଂ ଧୋନୀ । ଧୋନୀ ଦଳ ପାଇଁ ୪ ବଲରେ ୨୦ ରନର ଅପରାଜିତ ଇନିଂସ ଖେଳି ଚେନ୍ନାଇକୁ ୨୦ ରନ୍‌ରେ ବିଜୟୀ କରାଇଥିଲେ । ମାହି ପଡ଼ିଆରେ ପ୍ରବେଶ କରିବା ମାତ୍ରେ ସେ ୩ଟି ଛକା ସହିତ ପ୍ରଶଂସକଙ୍କ ହୃଦୟ ଜିତିଥିଲେ । ଧୋନୀ ଏଠାରେ ଅଟକି ନ ଥିଲେ, ସେ ପଡ଼ିଆ ବାହାରେ ମଧ୍ୟ ପ୍ରଶଂସକଙ୍କ ହୃଦୟ ଜିତିଥିଲେ ।

Advertisement


ଧୋନୀ ୨୦ ଓଭରରେ ବ୍ୟାଟିଂ କରିବାକୁ ବାହାରିଥିଲେ । ସେତେବେଳେ ଇନିଂସ ଶେଷ ହେବାକୁ ମାତ୍ର ଚାରିଟି ବଲ ବାକି ଥିଲା । ୨୦ତମ ଓଭରରେ ବୋଲିଂ କରୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଥମ ତିନୋଟି ବଲରେ ମାହି ୩ ଛକା ମାରିଥିଲେ ଏବଂ ପରେ ଶେଷ ବଲରେ ୨ ରନ ସଂଗ୍ରହ କରିଥିଲେ । ଏହି ଉପାୟରେ ସେ ୪ ବଲରେ ୨୦ ରନ ସ୍କୋର କରିଥିଲେ । ଇନିଂସ ଶେଷ ହେବା ପରେ ଯେତେବେଳେ ଚେନ୍ନାଇର ପୂର୍ବତନ ଅଧିନାୟକ ଡ୍ରେସିଂ ରୁମକୁ ଫେରୁଥିଲେ, ସେତେବେଳେ ସେ ଜଣେ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଥିଲେ ।ପାଭିଲିୟନ ଛାଡିବା ସମୟରେ ଧୋନୀ ଷ୍ଟାଣ୍ଡରେ ବସିଥିବା ଏକ କୁନି ପ୍ରଶଂସକଙ୍କୁ ହାତ ମିଶାଇଥିଲେ । ସେହି କୁନି ଫ୍ୟାନଙ୍କ ସହ କେବଳ ଯେ ହାତ ମିଶାଇଥିଲେ ତାହା ନୁହେଁ ବରଂ ତାଙ୍କ ମ୍ୟାଚ୍ ବଲ୍ ଗିଫ୍ଟ ମଧ୍ୟ କରିଥିଲେ ଧୋନି । ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ସାଉଁଟିଛି ।

Leave a Reply

Your email address will not be published. Required fields are marked *