Pratidin TV

Odisha's Digital News Platform

ପୁଣି ଥରେ ହୃଦୟ ଜିତିଲେ ମାହି , ୧୦୩ ବର୍ଷିୟ ଫ୍ୟାନଙ୍କୁ ଦେଲେ ଖାସ୍ ଗିଫ୍ଟ…

1 min read

ଫ୍ୟାନଙ୍କ ମନ ଜିତିଲେ ମାହି । ନିଜ ସ୍ପେଶାଲ ଫ୍ୟାନଙ୍କ ପାଇଁ ନିଜେ ପଠାଇଲେ ସ୍ପେଶାଲ ଗିଫ୍ଟ ।  କ୍ୟାପଟେନ୍‌ କୁଲ୍‌ଙ୍କ ମହାନତାକୁ ନେଇ ପୁଣି ଚର୍ଚ୍ଚା । ମହେନ୍ଦ୍ର ସିଂ ଧୋନି ବିସ୍ଫୋରକ ବ୍ୟାଟିଂ ପାଇଁ ଯେତିକି ଜଣାଶୁଣା ତାଙ୍କ ବ୍ୟବହାର ସେପରି ମାର୍ଜିତ। ସଫଳତାର ଶୀର୍ଷରେ ଥିଲେ ସୁଦ୍ଧା ଅହଙ୍କାର ତାଙ୍କୁ ଛୁଇଁ ପାରିନି। ତାଙ୍କର ଏହି ଖାସ୍‌ ଅନ୍ଦାଜ୍‌ ପାଇଁ ଲୋକଙ୍କ ହୃଦୟରେ ସେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ମାହିଙ୍କୁ ଭେଟିବା ପାଇଁ ଫ୍ୟାନ୍ସ ଅତି ଉତ୍ସୁକତାର ସହ ଅପେକ୍ଷା କରିଥାଆନ୍ତି । ଆଉ ସେ ବି କୌଣସି ଫ୍ୟାନ୍ସଙ୍କୁ ନିରାଶ କରନ୍ତି ନାହିଁ। ତେବେ ପୁଣି ଥରେ ଦେଖିବାକୁ ମିଳିଛି ମାହିଙ୍କ ମହାନତା ।

ମହେନ୍ଦ୍ର ସିଂହ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ବେଶ ପରିଚିତ। ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲରେ ବେଶ୍ ପ୍ରାଧାନ୍ୟ ବିସ୍ତାର କରିଥିଲା। ତାଙ୍କ ଅଧିନାୟକତ୍ୱରେ ଦଳ ଆଇପିଏଲର ୨୦୨୩ ସଂସ୍କରଣ ସହ ମୋଟ ୫ଟି ଟାଇଟଲ ଜିତିଥିଲା। ଚଳିତଥର ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନରେ ଋତୁରାଜ ଗାଏକ୍ଵାଡ୍ ସିଏସକେର ଅଧିନାୟକ ଦାୟିତ୍ଵ ସମ୍ଭାଳିଛନ୍ତି। ତେବେ ଧୋନି ଅଧିନାୟକ ନ ରହିବି ଏବେ ସିଏସକେ ମ୍ୟାଚରେ ପଡିଆ ରେ କମ୍ପୁଛି ଧୋନି ଧୋନି । ସେ ପ୍ରତିଟି ମ୍ୟାଚରେ ଖୁବ ଭଲ ପଦର୍ଶନ କରିଛନ୍ତି। ବର୍ତ୍ତମାନ  ଚେନ୍ନାଇ ସୁପର କିଙ୍ଗ୍ସ ସୋସିଆଲ ମିଡିଆରେ ଏକ ସ୍ବତନ୍ତ୍ର ଭିଡିଓ ସେୟାର କରିଛି। ଏହି ଭିଡିଓରେ ଧୋନିଙ୍କ ଜଣେ ବୃଦ୍ଧଫ୍ୟାନଙ୍କୁ  ଦେଖିବାକୁ ମିଳୁଛନ୍ତି। ଯାହାଙ୍କ ବୟସ ୧୦୩ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି।  ଦଳର ସବୁଠାରୁ ବୃଦ୍ଧ ଫ୍ୟାନଙ୍କୁ ଧୋନି ନିଜର ଦସ୍ତଖତ ଥିବା ଏକ ଜର୍ସି ଉପହାରରେ ଦେଉଛନ୍ତି। ଯାହାକୁ ପାଇ ଫ୍ୟାନ ଜଣକ ଖୁବ ଖୁସି ହୋଇଯାଉଛନ୍ତି। ବୃଦ୍ଧ ଫ୍ୟାନ ଓ ଧୋନିଙ୍କ ଉପହାର ସହିତ ଜଡ଼ିତ ଥିବା ଏହି ଭିଡିଓକୁ ଲୋକେ ବେଶ ପସନ୍ଦ କରୁଛନ୍ତି।

Advertisement

Leave a Reply

Your email address will not be published. Required fields are marked *