Pratidin TV

Odisha's Digital News Platform

Happy B’ Day Mahi : କାହିଁକି ନମ୍ବର ୭ ଜର୍ସି ପିନ୍ଧନ୍ତି ମହେନ୍ଦ୍ର ସିଂ ଧୋନି , କଣ ରହିଛି ନଂ ୭ ପଛର କାରଣ …

1 min read

ମହେନ୍ଦ୍ର ସିଂ ଧୋନି କେବଳ ନାଁ ନୁହଁ ବ୍ରାଣ୍ଡ । କ୍ରିକେଟ ଇତିହାସର ଏକ ମାତ୍ର ଅଧିନାୟକ ଯିଏ ତିନିଟି ଆଇସିସି ଟ୍ରଫି ଜିତି ଦେଶକୁ ଗୌରାବନ୍ୱିତ କରିଛନ୍ତି । ଦିନେ ଟ୍ରେନରେ ଟିକେଟ୍ କଲେକ୍ଟ କରୁଥିଲେ ଆଉ ଆଜି ପୁରା ଦେଶ ତାଙ୍କ ଗୁଣଗାନ କରୁଛି। ସହଜ ନଥିଲା ଜଣେ ସାଧାରଣ ମଣୀଷରୁ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ,ଲିଜେଣ୍ଡ ଧୋନି ଓ ଥଲ୍ଲା ବନି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିବା । ତେବେ ଆଜି ୪୨ ବର୍ଷ ବୟସରେ ପାଦ ଥାପିଲେ ଧୋନି । ୧୯୮୧ ଜୁଲାଇ ୭ ରେ ଉତ୍ତରାଖଣ୍ଡ ଲାୱଲିରେ ଜନ୍ମ ଗ୍ରହଣ କରିଥିଲେ ମାହି । ଛୋଟବେଳୁ ମାହିଙ୍କର ଫୁଟବଲରେ ହିଁ ରୁଚି ଥିଲା । ବାପାଙ୍କ ଚାକିରୀ ଯୋଗୁ ମାହିଙ୍କ ପରିବାର ଉତ୍ତରାଖଣ୍ଡରୁ ରାଞ୍ଚି ପଳେଇ ଆସିଥିଲେ । ସେଠାରେ ଡିଏଭି ଜବାହର ବିଦ୍ୟା ମନ୍ଦିରରେ ମାହିଙ୍କ ଆଡମିଶନ ହୋଇଥିଲା । ପିଲାଟିଦିନୁ ମାହି ଫୁଟବଲରେ ଆଗ୍ରହୀ ଥିଲେ ସେଥିପାଇଁ ସେ ଖୁବଶୀଘ୍ର ସ୍କୁଲ ଫୁଟବଲ ଟିମର ଗୋଲକିପର ମଧ୍ୟ ବନିଯାଇଥିଲେ । ତାଙ୍କ ଗୋଲକିପିଂର କୌଶଳ ଦେଖି ସ୍କୁଲ କୋଚ୍ ତାଙ୍କୁ କ୍ରିକେଟ ପାଇଁ ପ୍ରେରିତ କରିଥିଲେ । ଆଉ ସେଠୁ ଆରମ୍ଭ ହୋଇଥିଲା ଦି ଗ୍ରିଟେ ଏମ ଏସ ଧୋନିଙ୍କ ସଫର ।

ତେବେ ଏହି ଲିଜେଣ୍ଡଙ୍କ ଜନ୍ମଦିନରେ ତାଙ୍କ ଜୀବନର ଏକ ବିଶେଷ କଥା ଜାଣିବା । କାହିଁକି ମାହିଁଙ୍କ ଜର୍ସି ନଂ ୭ ?

Advertisement

ଧୋନି ୧୯୮୧ ଜୁଲାଇ ୭ ରେ ଜନ୍ମ ହୋଇଥିଲେ । ତେବେ ଜନ୍ମ ତାରିଖ ୭ ହୋଇଥିବା ବେଳେ ଜୁଲାଇ ମାସ ମଧ୍ୟ ବର୍ଷର ସପ୍ତମ ମାସ । ସେଥିପାଇଁ ସେ ୭ ନଂ କୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି ବା ନିଜ ପାଇଁ ଲକି ମାନନ୍ତି । ତେବେ ସେହି ନଂ ୭ ଜର୍ସିକୁ ପିନ୍ଦି ଧୋନି ୨୦୦୭ ମସିହାରେ ଇଣ୍ଡିଆରେ T-20 ୱାର୍ଲଡକପ୍ ଜିତିଥିଲେ । ଆଉ ସେଇ ଜର୍ସି ପିନ୍ଧି ସେ ୨୦୧୧ ରେ one day world cup ରେ ଚାମ୍ପିୟନ ହାସଲ କରିଥିଲା ଭାରତ । ସେହିଭଳି ୨୦୧୩ ମସିହାରେ ମଧ୍ୟ ଧୋନି ଚାମ୍ପିୟନ ଟ୍ରୋଫିକୁ ଭାରତ ନାଁରେ କରିଥିଲେ ।

Leave a Reply

Your email address will not be published. Required fields are marked *