Pratidin TV

Odisha's Digital News Platform

ଫ୍ୟାନ୍ସକୁ ସର୍‌ପ୍ରାଇଜ୍‌ ଦେବେ ଧୋନୀ , ଆସିବେ ନୂଆ ରୋଲରେ ନଜର ।

1 min read

ପୁଣି ଚର୍ଚ୍ଚାକୁ ଆସିଲେ ଥଲ୍ଲା । ନିଜ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ପୁଣି ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ମାର୍ଚ୍ଚ ୪ ରେ ନିଜ ଫେସବୁକ୍ ଆକାଉଣ୍ଟରେ କିଛି ପୋଷ୍ଟ କରିଛନ୍ତି ଯାହପରେ ତାଙ୍କ ପୋଷ୍ଟ ଦେଖି ଚର୍ଚ୍ଚା ବଢିବାରେ ଲାଗିଛି । ନୂଆ ରୋଲରେ ନଜର ଆସିବେ ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜନ ସହ ନୂଆ ରୋଲରେ ଧୋନୀଙ୍କୁ ଦେଖିବେ ତାଙ୍କ ଫ୍ୟାନ୍ସ । ତେବେ ଏଭଳି କିଛି ପୋଷ୍ଟ କରି ଧୋନୀ ତାଙ୍କ ଫ୍ୟାନ୍ସକୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।

ନିଜ ଫେସବୁକ ପୋଷ୍ଟରେ ଧୋନୀ ଲେଖିଛନ୍ତି ସେ ନୂଆ ସିଜନ ସହ ନୂଆ ରୋଲରେ ନଜର ଆସିବା ନେଇ କିଛି ହିଂଟ ଦେଇଛନ୍ତି । ତେବେ ଆଗକୁ ଆଇପିଏଲ ଥିବା ବେଳେ ତା ସହ ଟି-୨୦ ବିଶ୍ୱକପ ମଧ୍ୟ ରହିଛି । ତେବେ କେଉଁ ନୂଆ ରୋଲ ସେ ପ୍ଲେ କରିବେ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି । ତେବେ ଏଭଳ ସସପେନ୍ସ ରଖିବାନେଇ ଫ୍ୟାନ୍ସ ମଧ୍ୟ ଏହାକୁ ଚାତକ ଭଳି ଚାହିଁ ବସିଛନ୍ତି ।

Advertisement

କହିବାକୁ ଗଲେ ଚଳିତ ମାସ ୨୨ରୁ ଆରମ୍ଭ ହେବେ ଆଇପିଏଲ ୨୦୨୪ ଟୁଣ୍ଣାମେଂଟ । ସନ୍ଦେହ କରାଯାଉଛି କି ଧୋନୀ ତାଙ୍କର ଆଗାମୀ ଆଇପିଏଲକୁ ନଜରରେ ରଖି ବୋଧେ ଏହି ପୋଷ୍ଟ କରିଛନ୍ତି । ସିଏସ୍‌କେର ଦାୟିତ୍ୱ ସମ୍ଭାଳିବା ସହ ଧୋନୀଙ୍କୁ ବୋଧ ହୁଏ ଆଉ କିଛି ନୂଆ ନୂଆ ଦାୟିତ୍ୱ ମିଳିବ ବୋଲି କ୍ରିକେଟ ପ୍ରେମୀ ଆଶା କରୁଛନ୍ତି ।ଏହି ୪୨ ବର୍ଷିୟ କ୍ରିକେଟର ୨୦୨୦ରେ ଅର୍ନ୍ତଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ହେଲେ ସେ ଆଇପିଏଲରେ ନିଜ ଖେଳ ଜାରି ରଖିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ସିଏସକେ ୫ଥର ଆଇପିଏଲ ଟ୍ରଫି ହାତେଇ ସାରିଛି ।

ତେବେ ଚଳିତବର୍ଷ ଆଇପିଏଲ ଆରମ୍ଭ ହେବାର ଦିନ କେଇଟା ବାକି ଥିବାବେଳେ ଧୋନୀଙ୍କର ଏହି ପୋଷ୍ଟ କେଉଁ ଆଡକୁ ଇଶାରା ଦେଉଛି ତାକୁ ନେଇ ଏବେ ଜୋରେ ଚର୍ଚ୍ଚା । କହିବାକୁ ଗଲେ ଯଦି ଧୋନୀଙ୍କ ଏହି ରୋଲ ଆଇପିଏଲ ସହ ଜଡିତ ନ ହୁଏତ ବିସିସିଆଇ ଧୋନୀଙ୍କୁ ବଡ ଦାୟିତ୍ୱ ଦେଇପାରେ । କାରଣ ଆଗକୁ ଟି-୨୦ ବିଶ୍ୱକପ ହେବାକୁ ଅଛି । ତେବେ ଧୋନୀ ହେଉଛନ୍ତି ଏକମାତ୍ର ଏଭଳି ଅଧିନାୟକ ଯିଏ ଭାରତକୁ ଟି-୨୦ ବିଶ୍ୱକପ ଚାମ୍ପିଅନ କରାଯାଇଥିଲେ । ତେବେ ଧୋନୀଙ୍କ ଏହି ନୂଆ ପୋଷ୍ଟ କଣ ଇଶାରା ଦେଉଛି ତାହା ଆଗାମୀ ସମୟ କହିବ ।

Leave a Reply

Your email address will not be published. Required fields are marked *