ଏକି ଅବସ୍ଥା : ରାଞ୍ଚିରେ ଫଶିଯାଇଛନ୍ତି କ୍ୟପଟନ କୁଲ୍ , ଘରକୁ ଫେରିବାକୁ ପାଖରେ ନାହିଁ ପଇସା ..
1 min readପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଏବେ ସେ ଅସୁବିଧାରେ ପଡିଛନ୍ତି । ମାହି ଏବେ ରାଞ୍ଚିରେ ଫସିଯାଇଛନ୍ତି , ଘରକୁ ଫେରିବାପାଇଁ ବି ତାଙ୍କ ପାଖରେ ଟଙ୍କା ନାହିଁ । ତେଣୁ ଯେକେହିବି ସହୃଦୟ ବ୍ୟକ୍ତି ତାଙ୍କ ପାଖକୁ ୬୦୦ ଟଙ୍କା ପଠାଇଲେ ସେ ଘରକୁ ଫେରିଆସିବେ । ଏକଥା ଶୁଣିଲେ କାହରବି ହୋସ ଉଡିଯିବ ।
ହେଲେ ଏମିତି କିଛି ମେସେଜ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଏଥିପାଇଁ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଲୋକପ୍ରିୟତାର ଫାଇଦା ଉଠାଇବା ଲାଗି ସାଇବର୍ ଠକ ନୂଆ ଯୋଜନା କରିଛନ୍ତି । ସାମାଜିକ ଗଣମାଧ୍ୟମରେ ଧୋନିଙ୍କୁ ନେଇ ଲେଖା ଲେଖି କରି ଚାନ୍ଦା ଆଦାୟ କରୁଛନ୍ତି । ଜ୍ଞବଷସ୭୭ସ୨ ନାମକ ଆକାଉଣ୍ଟ ହ୍ୟାଣ୍ଡଲରୁ ‘ଧୋନି ରାଞ୍ଚିରେ ଫଶି ଯାଇଛନ୍ତି, ୬୦୦ ଟଙ୍କା ପଠାନ୍ତୁ’ ବୋଲି ଏହି ସାଇବର୍ ଠକମାନେ ଲେଖି ସାଧାରଣ ଜନତାକୁ ଚୂନ ଲଗାଉଛନ୍ତି ।
ଲୋକଙ୍କ ବିଶ୍ୱାସ ଭାଜନ ହେବା ପାଇଁ ଧୋନିଙ୍କର ଏକ ସେଲଫି ଓ ଚେନ୍ନାଇ ସୁପରକିଙ୍ଗ୍ସର ଟିମ୍ ସଂଗୀତକୁ ମଧ୍ୟ ଏହା ତଳେ ଲେଖିଛନ୍ତି । ସେଲଫି ସହ ଲେଖାଥିବା ଶୀର୍ଷକ ମାହିଙ୍କ ପ୍ରଶଂସକଙ୍କ ଧ୍ୟାନ ଆକର୍ଷଣ କରିଛି । ଏଥିରେ ଲେଖା ହୋଇଛି ‘ହାଏ, ମୁଁ ମହେନ୍ଦ୍ର ସିଂହ ଧୋନି, ମୁଁ ଏକ ବ୍ୟକ୍ତିଗତ ଆକାଉଣ୍ଟ୍ରୁ ଏହି ବାର୍ତ୍ତା ପଠାଉଛି । ମୁଁ ରାଞ୍ଚି ବାହାରେ ଅଛି ଏବଂ ମୋ ୱାଲେଟ ଆଣିବାକୁ ଭୁଲି ଯାଇଛି । ଆପଣ ମୋତେ ୬୦୦ ଟଙ୍କା ଫୋନ୍ ପେ କରିପାରିବେ କି? କଲେ ମୁଁ ବସ୍ରେ ଫେରିପାରନ୍ତି । ଘରେ ପହଞ୍ଚିବା ପରେ ଆପଣଙ୍କ ପଇସା ଫେରାଇ ଦିଅନ୍ତି ।’ ଏହି ଲେଖା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି ।