Pratidin TV

Odisha's Digital News Platform

ଶେଷ ହୋଇନି ଧୋନି ଯୁଗ , IPL ୨୦୨୫ ଖେଳିବେ ଧୋନି !

1 min read

ଶେଷ ହୋଇନି ମାହିଙ୍କ ଯୁଗ ଖେଳିପାରନ୍ତି  ୨୦୨୫ IPL। କାରଣ ନିକଟରେ ବିସିସିଆଇ ଏବଂ ଆଇପିଏଲ ଦଳ ମାଲିକଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଜଣେ ଅନକ୍ୟାପଡ୍ ପ୍ଲେୟାର ଭାବେ ଘୋଷଣା କରାଯାଇଛି । ଆଗାମୀ ୨୦୨୫ ଆପିଏଲ ମ୍ୟାଚରେ ଧୋନିଙ୍କୁ ପୁଣି ପଡିଆର ଦେଖିବା ପାଇଁ ମିଳିପାରେ । ତେବେ ଆଗାମୀ IPLରେ ଧୋନି ଖେଳିବେ ନା ନାହିଁ ସେନେଇ ଧୋନୀ କିମ୍ବା ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।  ଧୋନି ଜଣେ କ୍ୟାପଟେଡ୍ ଖେଳାଳି ଥିବାବେଳେ ସିଏସକେରୁ ସିଜନରେ ୧୨ କୋଟି ଟଙ୍କା ବେତନ ପାଉଥିଲେ, କିନ୍ତୁ ଯଦି ତାଙ୍କୁ ଅନକ୍ୟାପଡ୍ ପ୍ଲେୟାର ଖେଳାଳି ତାଲିକାରେ ରଖାଯାଏ, ତା’ହେଲେ ତାଙ୍କ ଦରମା ୪ କୋଟି ଟଙ୍କାକୁ ହ୍ରାସ ପାଇପାରେ।

ଖବର ଏହା ମଧ୍ୟ ରହିଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ ଧୋନିଙ୍କୁ ଖେଳାଇବା ପାଇଁ ଚାହୁଁଛି ହେଲେ ସେ ଅକ୍ସନରେ କୌଣସି ଯୁବ ଖେଳାଳିଙ୍କ ସ୍ଥାନ ନେବାକୁ ଚାହୁଁ ନାହାଁନ୍ତି । ବର୍ତ୍ତମାନ ଧୋନୀଙ୍କୁ ୪୩ ବର୍ଷ ବୟସ ହୋଇଥିବା ବେଳେ ସେ ଆପିଏଲରେ ଅଧିକ ଟଙ୍କାରେ ଖେଳିବା ପାଇଁ ଚାହିୁଁନାହାଁନ୍ତି । ଏଭଳି ସ୍ଥିତିରେ ଧୋନିଙ୍କୁ ଅନକ୍ୟାପଡ୍ ପ୍ଲେୟାର ଭାବେ ସ୍ଥାନ ଦେଇପାରେ ଚେନ୍ନାଇ ସୁପରକିଙ୍ଗସ୍ ।  ଯଦି ଜଣେ ଖେଳାଳି ଅବସର ଗ୍ରହଣ କରିବାର ପାଞ୍ଚ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଅତିବାହିତ ହୋଇଛି, ତା’ହେଲେ ସେ ଜଣେ କ୍ୟାପ୍‌ ପ୍ଲେୟାରରୁ ଜଣେ ଅନକ୍ୟାପଡ୍ ଖେଳାଳିରେ ପରିଣତ ହୋଇପାରିବେ । ଏହି ନିୟମ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରଥମ ସିଜିନରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା, କିନ୍ତୁ ୨୦୨୨ ମସିହାରେ ଏହାକୁ ରଦ୍ଦ କରିଦିଆଯାଇଥିଲା କାରଣ କୌଣସି ଦଳ ଏହାକୁ ବ୍ୟବହାର କରିନଥିଲେ। I

Leave a Reply

Your email address will not be published. Required fields are marked *